www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ପାଳନ ହେବନି ଜିରୋ ନାଇଟ

ଭୁବନେଶ୍ବର: ପ୍ରତିବର୍ଷ ଡିସେମ୍ବର ୩୧ ତାରିଖ ରାତିରେ ଆୟୋଜିତ ହୋଇଥାଏ ‘ଜିରୋ ନାଇଟ ସେଲିବ୍ରେସନ’ ହୋଇଥାଏ। କ୍ଲବ ଓ ବିଭିନ୍ନ ବାରରେ ନୂଆ ବର୍ଷ ପାଇଁ ଉତ୍ସବ ପାଳନ ହୋଇଥାଏ। ଏହି ସମୟରେ ବାର ଓ କ୍ଲବରେ ପ୍ରବଳ ଗହଳି ହୋଇଥାଏ। ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଆୟୋଜିତ ହୋଇଥାଏ ସ୍ବତନ୍ତ୍ର ଉତ୍ସବ। ରଙ୍ଗବେରଙ୍ଗ ଆଲୁଅରେ ଡିଜେ ବାଦ୍ୟ ପରିବେଶକୁ ଉତ୍ସବମୁଖର କରିଥାଏ। ଦୁଲୁକୁଥାଏ ମଞ୍ଚ। ଜମୁଥାଏ ନାଚଗୀତର ଆସର। ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାଲେଶ୍ବର ଆଦି ସହରରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଳିତ ହୋଇଥାଏ। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ଅଧିକ ଲୋକ ସାମିଲ ହୋଇଥାନ୍ତି। ତେବେ ଏଥର କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ବନ୍ଦ ଘୋଷଣା କରିଛନ୍ତି।

- Advertisement -

ଆଜି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ବରରେ ଏ ବର୍ଷ ‘ଜିରୋ ନାଇଟ ସେଲିବ୍ରେସନ’ ହେବନାହିଁ। ବର୍ତ୍ତମାନର ଗାଇଡଲାଇନ ଅନୁସାରେ ୨୦୨୦ ଡିସେମ୍ବର ୩୧ ରାତି ଉତ୍ସବ ମନା କରାଯାଇଛି। ନୂଆବର୍ଷ ପାଳନ ନେଇ ୩୧ ରାତିରେ ଉତ୍ସବ ଆୟୋଜନକୁ ମନା କରାଯାଇଛି। ତେଣୁ ଭୁବନେଶ୍ୱରରେ ‘ଜିରୋ ନାଇଟ ସେଲିବ୍ରେସନ’ ହେବ ନାହିଁ। ନୂଆବର୍ଷ ପାଇଁ ୩୧ ତାରିଖ ରାତିରେ ଭୁବନେଶ୍ୱରରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଜିରୋ ନାଇଟ ସେଲିବ୍ରେସନ’ ଉପରେ କଟକଣା ଲଗାଯାଇଛି। ଅଧିକ ସଂଖ୍ୟକ ଲୋକ ଏକାଠି ହେବା ଦ୍ବାରା କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି।

ସେହିପରି କଟକ, ବ୍ରହ୍ମପୁର, ରାଉରକେଲା, ବାଲେଶ୍ବର, ଭଦ୍ରକ, ଭବାନୀପାଟଣା, ସମ୍ବଲପୁର ଆଦି ସମତେ ଜିଲା ସଦର ମହକୁମା ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ବାର୍‌, ରେଷ୍ଟୁରାଣ୍ଟ, ହୋଟେଲ୍‌ ଆଦିରେ ‘ଜିରୋ ନାଇଟ୍‌ ସେଲିବ୍ରେସନ୍‌’ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଥିବା ସୂଚନା ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories