www.samajalive.in
Sunday, December 14, 2025
26.1 C
Bhubaneswar

ବୟସ ବୃଦ୍ଧି ସହ ବଢିଛି କାର କିଣିବାର ନିଶା; ୮୦ ବର୍ଷ ବୟସରେ ୮୦ଟି କାର

ନୂଆଦିଲ୍ଲୀ: ବୟସ କେବଳ ଏକ ସଂଖ୍ୟା। ବୟସ ସହ ବଢିଛି ତାଙ୍କ କାର କିଣିବାର ନିଶା । ଏଭଳି ଘଟଣା ଦେଖିବାକୁ ମିଳିଛି ଭିଏନାର ଜଣେ ବ୍ୟକ୍ତିଙ୍କ ସହ। ଅଟ୍ଟୋକାର ଜେ ନାମକ ଜଣେ ବ୍ୟକ୍ତିଙ୍କ ବୟସ ୮୦ ବର୍ଷ ଏବଂ ସେ ଏହି ବୟସରେ ୮୦ ବିଳାସପୂର୍ଣ୍ଣ ପୋର୍ସେ କାର କିଣିଛନ୍ତି।

ବାର୍ଦ୍ଧକ୍ୟ ସହିତ ପୋର୍ସେ କାରଗୁଡିକ ପାଇଁ ଅଟ୍ଟୋକାରଙ୍କ କ୍ରେଜ୍ ବୃଦ୍ଧି ହୋଇ ଚାଲିଛି। ସେ ଅନେକ ବର୍ଷ ମଧ୍ୟରେ ୮୦ଟି ପୋର୍ସେ କାରର ଏକ ସିରିଜ୍ ସମାପ୍ତ କରିଛନ୍ତି। ଅଟ୍ଟୋକରଙ୍କ ନୀଳ ରଙ୍ଗରେ ଏକ ପୋର୍ସ ବକ୍ସଷ୍ଟର ସ୍ପାଇଡର୍ କାର କିଣିଛନ୍ତି। ସେ ପୋର୍ସେ ଚଳାଇବା ସମୟରେ ହାତରେ ସିଗାରେଟ୍ ଧରି ଖୋଲା ରାସ୍ତାରେ ଚଳାଇବାକୁ ପସନ୍ଦ କରନ୍ତି। ଯଦି ପୋର୍ସେ ପ୍ରଶଂସକଙ୍କ ଏକ ତାଲିକା ଅଛି, ତେବେ ଏଥିରେ ଅଟ୍ଟୋକରଙ୍କ ନାମ ଉପରେ ଆସିବା ନିଶ୍ଚିତ।

- Advertisement -

ରିପୋର୍ଟ ଅନୁଯାୟୀ, ପୋର୍ସେ କାର ପ୍ରତି ତାଙ୍କର ଉତ୍ସାହ ପ୍ରାୟ ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା। ସେ ଦେଖିଥିଲେ ଯେ ଏହା ତାଙ୍କ ଘରର ପଛପଟକୁ ଦ୍ରୁତ ଗତିରେ ଗତି କରୁଛି। ସେବେଠାରୁ ତାଙ୍କ ମଧ୍ୟରେ ଆଗ୍ରବ ଦେଖାଦେଇଥିଲା। ଅଟୋକର ପୋର୍ସେ କାରର ବେଗକୁ ଭଲ ପାଉଥିଲା। ପରବର୍ତ୍ତୀ କିଛି ବର୍ଷ ମଧ୍ୟରେ ସେ ଟଙ୍କା ସଞ୍ଚୟ କରିବା ଆରମ୍ଭ କଲେ। ଏହା ପରେ ସେ ସ୍ପିଡ୍ ଓ୍ବେଲୋ (୯୧୧ଆଇ) ପ୍ରଥମ ପୋର୍ସେ କାର କିଣିଥିଲେ।

ଅଟ୍ଟୋକାର ଧୀରେ ଧୀରେ ୮୦ ପୋର୍ସେ କାର କିଣିଥିଲେ। ସେ ବର୍ତ୍ତମାନ ୩୮ ଟି କାରର ମଲିକ ଅଟନ୍ତି। ସେ ପ୍ରତିଦିନ ଭିନ୍ନ ଭିନ୍ନ କାର ଚଳାଇବାକୁ ପସନ୍ଦ କରନ୍ତି।

ସେ କେବଳ ଗାଡି କିଣିବାକୁ ପସନ୍ଦ କରନ୍ତି ତା ନୁହେଁ ଚଳାଇବାକୁ ମଧ୍ୟ ଭଲ ପାଆନ୍ତି। ସମସ୍ତ କାରଗୁଡିକ ରଖିବ ପାଇଁ ଏକ ବଡ଼ ଗ୍ୟାରେଜ ନିର୍ମାଣ କରିଛନ୍ତି । ସେ ଏହାକୁ ତାଙ୍କର ’ବାସଗୃହ’ ବୋଲି ବିବେଚନା କରନ୍ତି। ତାଙ୍କର ଏକ ରେସିଂ କାର୍ ମଧ୍ୟ ଅଛି। ଏହି କାର୍ ତିଆରି କରୁଥିବା କମ୍ପାନୀ ଅଟ୍ଟୋକାରକୁ ବହୁତ ସମ୍ମାନ କରନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories