www.samajalive.in
Saturday, December 13, 2025
26.1 C
Bhubaneswar

ହତ୍ୟାର ଅନେକ ଗୁମର ଖୋଲିଛି ‘ଗାନ୍ଧୀ ହତ୍ୟାର ଅକୁହା କଥା’

ଭୁୂବନେଶ୍ଵର: ସତ୍ୟ ଅହିଂସାର ବିଚାରଧାରାକୁ ସମଗ୍ର ସମାଜରେ ପରିବ୍ୟାପ୍ତ କରିବାକୁ ପ୍ରୟାସ କରିଥିବା ମହାତ୍ମା ଗାନ୍ଧୀ ଯେ ବଧ ଯୋଗ୍ୟ, ସବରକର ଇଂଲଣ୍ଡ ରହଣୀ କାଳରୁ ଯାହା ନିଷ୍ପତି କରିଥିଲେ, ଅନେକ ପ୍ରୟାସ ପରେ ଯାଇ ସେଥିରେ ସଫଳତା ହାସଲ କରିପାରିଥିଲେ। ସେହିପରି ମାତ୍ର ଛଅ ମାସ ପୂର୍ବରୁ ଯେଉଁ ନ୍ୟାୟାଳୟ ଓ ପୁଲିସ ଗାନ୍ଧୀଜୀଙ୍କୁ ଜେଲରେ ବନ୍ଦୀ କରିବା ନିଜର ପରମ କର୍ତ୍ତବ୍ୟ ବୋଲି ବିଚାରୁଥିଲେ, ସେମାନଙ୍କ ଠାରୁ ଗାନ୍ଧୀ ହତ୍ୟା ପ୍ରକୃତ ଅପରାଧୀମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଆଶା ବି ବୃଥା ଥିଲା। କ୍ଷମତା ପରିବର୍ତ୍ତନ ଯେ ସ୍ୱାଧୀନତା ନୁହେଁ ସର୍ଦ୍ଦାର ପଟେଲଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ଓ ମୋରାରଜୀ ଦେଶାଇଙ୍କ ଯାଏ ଗାନ୍ଧୀଜୀଙ୍କୁ ସୁରକ୍ଷା ଯୋଗାଇ ନପାରି ଗାନ୍ଧୀ ଶିଷ୍ୟମାନେ ପ୍ରମାଣିତ କରିଯାଇଛନ୍ତି। ଗାନ୍ଧୀ ହତ୍ୟାର ଅକୁହା କଥା ପୁସ୍ତକ ଉନ୍ମୋଚନ ଅବସରରେ ବକ୍ତାମାନେ ଉପରୋକ୍ତ ମତ ପ୍ରକାଶ ସହ ଗାନ୍ଧୀ ଆତ୍ମକଥା ଭଳି ଜେମସ ଡବ୍ଲୁ ଡଗଲାସଙ୍କ ଏହି ପୁସ୍ତକ ଅନେକ ନୂତନ ସତ୍ୟର ଉନ୍ମୋଚନ କରିଛି ବୋଲି ମତ ଦେଇଥିଲେ।

ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ କୃଷ୍ଣା ମହାନ୍ତିଙ୍କ ସଭାପତିତ୍ୱରେ ଲୋହିଆ ଏକାଡେମୀଠାରେ ଆୟୋଜିତ ସାଧାରଣ ସଭାରେ ପୁସ୍ତକର ହିନ୍ଦୀ ଅନୁବାଦିକା ତଥା ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ପ୍ରେରଣା ଦେଶାଇ, ଓଡ଼ିଆ ଅନୁବାଦକ ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି, ଲୋହିଆ ଏକାଡେମୀ ସମ୍ପାଦକ ଦେବ ପ୍ରସାଦ ରାୟ ଓ ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ ପ୍ରମୁଖ ପୁସ୍ତକର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ।

- Advertisement -

ବିଶିଷ୍ଟ ସାମ୍ବାଦିକ ଆଶୋକ କୁମାର ସାହୁ ପୁସ୍ତକର ସମୀକ୍ଷା କରି କହିଲେ ଯେ ଗାନ୍ଧୀଜୀ ସତ୍ୟାଗ୍ରହୀ ଭାବରେ ମୃତ୍ୟକୁ ଆପଣାଇବା ପାଇଁ ସଦା ପ୍ରସ୍ତୁତ ଥିବା ବେଳେ ହତ୍ୟାକାରୀମାନେ ତାଙ୍କ ହତ୍ୟା ପାଇଁ ଯେଉଁ ଷଡ଼ଯନ୍ତ୍ରମାନ କରିଥଲେ ଏହି ପୁସ୍ତକ ସେସବୁ ସତ୍ୟକୁ ଉନ୍ମୋଚିତ କରିଛି। ରାମଙ୍କୁ ନେଇ ଗାନ୍ଧୀ ଓ ସବରକରଙ୍କ ମଧ୍ୟରେ ଯେଉଁ ମତ ପାର୍ଥକ୍ୟ ଥିଲା ଓ ଆଜି ରାମ ମନ୍ଦିରକୁ ନେଇ ସବରକରବାଦୀ ଓ ଗାନ୍ଧିବାଦୀଙ୍କ ଭିତରେ ଯେଉଁ ଫରକ ରହିଛି ସେହି ବିଚାରକୁ ବି ଏହି ପୁସ୍ତକ ଉଜାଗର କରିଛି। ସଭା ପ୍ରାରମ୍ଭରେ ମାନସ ପଟ୍ଟନାୟକ ସ୍ୱାଗତ ଭାଷଣ, ମିନତୀ କୁଅଁର କ୍ରାନ୍ତି ସଙ୍ଗୀତ, ଡଃ ବିଶ୍ଵଜିତ ପ୍ରକାଶକୀୟ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସୂର୍ୟ୍ୟ ନାରାୟଣ ନାଥ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories