www.samajalive.in
Saturday, December 13, 2025
21.1 C
Bhubaneswar

ଅଧୁରା ରହିଗଲା ବାହାଘର ସ୍ବପ୍ନ: ମାଲଗାଡ଼ି ତଳେ ଗଳୁଥିବା ବେଳେ କଟିଗଲେ ପ୍ରେମିକା; ବଞ୍ଚାଇବାକୁ ଯାଇ ଗୋଡ଼ ହାତ ହରାଇଲେ ପ୍ରେମିକ

ବାମରା: ଦୁଇ ବର୍ଷ ହେଲା ଏକାଠି ରହୁଥିଲେ। ଉଭୟଙ୍କ ପରିବାର ରାଜି ହେଲା ପରେ ଯାଇ ବାହା ହେବେ ବୋଲି ଅପେକ୍ଷା କରିଥିଲେ। କିନ୍ତୁ ସେ ସ୍ବପ୍ନ ସବୁ ଦିନ ପାଇଁ ସ୍ବପ୍ନ ହୋଇ ରହିଗଲା। ଟ୍ରେନରେ କଟି ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ରକ୍ଷା କରିବାକୁ ଯାଇ ଗୋଡ଼ ହାତ ହରାଇଥିବା ପ୍ରେମିକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଆଜି ବାଗଡିହି ରେଳ ଷ୍ଟେସନରେ ଘଟିଛି। ଜଣେ ଯୁବତୀ ମାଲଗାଡ଼ି ତଳେ ଗଳି ରେଳଧାରଣା ପାରି ହେବାକୁ ଚେଷ୍ଟା କରୁଥିବା ବେଳେ ଟ୍ରେନରେ କଟି ପ୍ରାଣ ହରାଇଛନ୍ତି। ତାଙ୍କ ପ୍ରେମିକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନିଜର ଗୋଡ଼ ଓ ହାତ ହରାଇଛନ୍ତି। ଯୁବକ ଜଣକ ଗୁରୁତର ଅବସ୍ଥାରେ ଏବେ ବୁର୍ଲା ହସପିଟାଲରେ ଚିିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ବ୍ରଜରାଜନଗର ନୂଆପଡ଼ା ଅଞ୍ଚଳର ରୋଶନ ମହାନନ୍ଦ(୨୦), ପାଖ ଟିନାପଡ଼ାର ତାଙ୍କ ପ୍ରେମିକା ​ସୋଫିଆ ଛତ୍ରିଆ (୧୯) ଓ ୩ ଜଣ ଘର ଲୋକଙ୍କ ସହିତ ତିନି ଦିନ ତଳେ ବାଗଡିହି ବୁଡ଼ାପଡ଼ାକୁ ବୁଲିବାକୁ ଆସିଥିଲେ। ସେମାନେ ରବିବାର ସକାଳେ ରାଉରକେଲା-ଝାରସୁଗୁଡ଼ା ମେମୁ ପ୍ୟାସେଞ୍ଜର ଟ୍ରେନରେ ଘରକୁ ଫେରିବା ପାଇଁ ବାଗଡିହି ରେଳଷ୍ଟେସନକୁ ଆସୁଥିଲେ। ସେତେବେଳେ ଷ୍ଟେସନରେ ଏକ ମାଲଗାଡ଼ି ଠିଆ ହୋଇଥିବାରୁ ସେମାନେ ତା’ତଳେ ଗଳି ପ୍ଲାଟଫର୍ମକୁ ଯିବାକୁ ଚିନ୍ତା କରିଥିଲେ। ରୋଶନ, ତାଙ୍କ ମାଁ ସତ୍ୟବତୀ, ଭଉଣୀ ଭାନୀ ଓ ରାନୀ ଜଣ ଜଣ କରି ସୁରକ୍ଷିତ ଅବସ୍ଥାରେ ଟ୍ରେନ ତଳୁ ଗଳି ସାରିଥିଲେ। କିନ୍ତୁ ସୋଫିଆ ଟ୍ରେନ ତଳେ ଗଳୁଥିବା ବେଳେ ଟ୍ରେନ ହଠାତ ଗଡ଼ିବା ଆରମ୍ଭ କରିଥିଲା। ସୋଫିଆ ଉପରେ ଟ୍ରେନ ମାଡ଼ି ଯାଉଥିବା ଦେଖି ପ୍ରେମିକ ରୋଶନ ତାଙ୍କୁ ଟ୍ରେନ ତଳୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଉଦ୍ୟମ ନି​ଷ୍ଫଳ ​‌ହୋଇଥିଲା। ସେମାନଙ୍କ ଆଖି ଆଗରେ ସୋଫିଆଙ୍କ ଶରୀର ଟ୍ରେନ ଚକାରେ କଟି ଦୁଇ ଖଣ୍ଡ ହୋଇ ଯାଇଥିଲା। ତାଙ୍କୁ ଚଳନ୍ତା ​‌େ​‌ଟ୍ରନ ତଳୁ ଟାଣି ଆଣିବାକୁ ଚେଷ୍ଟା କରୁଥିବା ରୋଶନଙ୍କ ଡାହାଣ ହାତ ଓ ଗୋଡ଼ ମଧ୍ୟ ଟ୍ରେନରେ କଟି ଯାଇଥିଲା। ତାଙ୍କ ପେଟ ଫାଟି ଅନ୍ତବୁଜୁଳା ବାହାରି ପଡ଼ିଥିଲା।
ଘଟଣା ସ୍ଥଳରେ ସୋଫିଆଙ୍କ ମୃତ୍ୟୁ ହୋଇ ଯାଇଥିବା ବେଳେ ଗୁରୁତର ଆହତ ରୋଶନଙ୍କୁ ପ୍ରଥମେ ଝାରସୁଗୁଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପକ୍ଷରେ ଝାରସୁଗୁଡ଼ା ଜିଆରପି ଥାନା ଅଧିକାରୀ ସୌଦାମିନୀ ନାଗ, ଏସଆଇ ଜ୍ୟୋସ୍ନା ସେଠ, ଘନଶ୍ୟାମ କମଳ, ଆରପିଏଫ ଏସଆଇ କୁନା ବାରିକ ଓ ମୋହନ ସିଂ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ତଦନ୍ତ କରିଥିଲେ। ଏହି ଘଟଣାରେ ରେଳବାଇ ଥାନାରେ ୪୩/୨୦ ନମ୍ବର ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ରୋଶନ ଓ ସୋଫିଆଙ୍କ ମଧ୍ୟରେ ୩ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ରୋଶନ ୨ ବର୍ଷ ତଳୁ ସୋଫିଆଙ୍କୁ ନିଜ ଘରକୁ ଆଣି ଆସିଛନ୍ତି। ରୋଶନଙ୍କ ପରିବାର ସୋଫିଆଙ୍କୁ ଗ୍ରହଣ କରି ନିଜ ଘରେ ରଖିଥିବା ବେଳେ ସୋଫିଆଙ୍କ ପରିବାର ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ। ତେବେ ଯେଉଁ ଦିନ ଦୁଇ ପରିବାର ଖୁସିରେ ରାଜି ହେବେ ସେ ଦିନ ସେମାନେ ବାହା ହେବେ ବୋଲି ନିଷ୍ପତ୍ତି ନେଇ ସେ ଦିନକୁ ଅପେକ୍ଷା କରିଥିଲେ। କିନ୍ତୁ ତା’ ପୂର୍ବରୁ ଏହି ଅଭାବନୀୟ ଘଟଣା ଘଟିଯାଇଛି। ସୋଫିଆଙ୍କ ବାପା କୃଷ୍ଣ ଛତ୍ରିଆ ଏହି ଦୁଃଖଦ ଖବର ପାଇ ବାଗଡିହି ​​‌ଷ୍ଟେସନକୁ ଆସିଥିଲେ। ବ୍ୟବଚ୍ଛେଦ ପରେ ସୋଫିଆଙ୍କ ଶବ ତାଙ୍କୁ ହସ୍ତାନ୍ତର କରାଯାଇଛି। ରୋଶନ ତାଙ୍କ ପରିବାରର ଏକ ମାତ୍ର ପୁଅ ହୋଇଥିବା ବେଳେ ସୋଫିଆ ତାଙ୍କ ଘରର ଏକ ମାତ୍ର ଝିଅ ଥିଲେ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories