www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ସଂରକ୍ଷଣ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେପି: ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହାର ହିସାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର: ମହିଳାମାନଙ୍କୁ ରାଜ୍ୟ ସରକାର ଗୁରୁତ୍ବ ଦେବା ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି ବିଜେପି । ମହିଳା ମୋର୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନରେ ମହିଳାଙ୍କୁ   ମୁଖ୍ୟମନ୍ତ୍ରୀ କେବେ ବି ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ଅଭିଯୋଗ କରିଛନ୍ତି । କେବଳ  ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମହିଳା ସଂରକ୍ଷଣ କଥା ଉଠାଇ କେବଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବାର ଅପଚେଷ୍ଟା କରିଛନ୍ତି। ଗତ କିଛିଦିନ ଧରି ରାଜଧାନୀର ରାଜରାସ୍ତାରେ ବିଭିନ୍ନ ଦାବି ନେଇ ଏଏନଏମ କର୍ମୀମାନେ ପ୍ରତିବାଦ କରିଚାଲିଛନ୍ତି। ମୁଖ୍ୟମନ୍ତ୍ରୀ କ’ଣ ଏ ବିଷୟରେ ଅବଗତ ନାହାଁନ୍ତି କି? ମହିଳାଙ୍କୁ ଗୁରୁତ୍ୱ ଦେବା କଥା କହୁଥିବା ମୁଖ୍ୟମନ୍ତ୍ରୀ ପ୍ରତିବାଦ କରୁଥିବା ଏଏନଏମ ମହିଳାଙ୍କ କଥା କାହିଁକି ବୁଝୁନାହାଁନ୍ତି ବୋଲି ବିଜେପି ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି ଯେ  କୋଭିଡ ସମୟରେ ନିଜ ପରିବାର ଲୋକ ମୁହଁ ଫେରାଉଥିବାବେଳେ ଏଏନଏମ କର୍ମୀମାନେ କରୋନା ଯୋଦ୍ଧା ହୋଇ ରୋଗୀଙ୍କୁ ସେବା ସାହାଯ୍ୟ ଯୋଗାଇଥିଲେ। ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସେମାନଙ୍କର ବକେୟା ଦରମା ଦେବା ପାଇଁ ମୁଖ୍ୟମନ୍ତ୍ରୀ କଣ ବ୍ୟବସ୍ଥା କରିଛନ୍ତି ? ସେହିପରି ଲୋକସଭା ଭବନ ଠାରୁ ଆରମ୍ଭ କରି ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରେ କାର୍ଯ୍ୟରତ ଥିବା ମହିଳାଙ୍କୁ ସ୍ଥାୟୀ ନିଯୁକ୍ତି କାହିଁକି ଦିଆଯାଉନାହିଁ। ଠିକା କର୍ମଚାରୀ ଭାବେ କାମ କରୁଥିବା ମହିଳାଙ୍କୁ ରାଜ୍ୟସରକାର ସେମାନଙ୍କୁ ସରକାରୀ ବ୍ୟବସ୍ଥାରେ ଦରମା ଦେବା ପାଇଁ କାହିଁକି ବ୍ୟବସ୍ଥା କରୁନାହାଁନ୍ତି? ମୁଖ୍ୟମନ୍ତ୍ରୀ ମହିଳା ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଇପାରିବେ କି ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ସରକାରୀ ବ୍ୟବସ୍ଥାରେ ପ୍ରସବ ଜନିତ ଛୁଟି ମିଳେ କିନ୍ତୁ ଦୁର୍ଭାଗ୍ୟର କଥା ଠିକା ମହିଳା କର୍ମଚାରୀମାନେ ଏହି ସୁବିଧାରୁ ବଂଚିତ ରହୁଛନ୍ତି। ଗତ ୫ବର୍ଷରେ ପରୀ ସମେତ ରାଜ୍ୟରେ ୨୭ ହଜାର ଶିଶୁ ନିଖୋଜ ହୋଇଛନ୍ତି। ଏ ଦିଗରେ ମୁଖ୍ୟମନ୍ତ୍ରୀ ନୀରବ କାହିଁକି ରହିଛନ୍ତି ? ଏବେ ମୁଖ୍ୟମନ୍ତ୍ରୀ ୩୩ ପ୍ରତିଶତ ସଂରକ୍ଷଣ ଦୁହାଇ ଦେଇ ଓଡିଶାର ଲୋକଙ୍କୁ ଦୁଃସ୍ୱପ୍ନ ଦେଖାଉଛନ୍ତି। ଗତ ୨୦ ବର୍ଷ ଶାସନ ଭିତରେ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତି କ’ଣ ରହିଛି ତାହାର ହିସାବ ମୁଖ୍ୟମନ୍ତ୍ରୀ ଦେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

- Advertisement -

ବିଜେପି ସରକାର ମହିଳାଙ୍କ ପାଇଁ କାଗଜରେ ନୁହେଁ ବାସ୍ତବରେ କାମ କରିଆସୁଛି। ମୋଦି ସରକାର ଭାରତବର୍ଷର ମହିଳା ମାନଙ୍କ ପାଇଁ ଶୌଚାଳୟ ନିର୍ମାଣ କରିବା ସହ କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ, ଜନଧନ ଆକାଉଂଟଧାରୀ ଏବଂ ବିଧବା ମହିଳାଙ୍କୁ ଭତା ଓ ଅନ୍ୟାନ୍ୟ ସହାୟତା ଦେଇଛନ୍ତି। ମୋଦି ସରକାର ଓଡ଼ିଶାରେ ୭୭ ଲକ୍ଷ ୧୪ ହଜାର ୮୦୯ଟି ଘର ସହ ଶୌଚାଳୟ ନିର୍ମାଣ କରାଯାଇ ମହିଳାଙ୍କୁ ସମ୍ମାନ ଦେଇଛନ୍ତି। ସେହିପରି କରୋନା ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୪୭ ଲକ୍ଷରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ କରୋନା ସମୟରେ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି। ରାଜ୍ୟର ୮୫.୨୦ ଲକ୍ଷ ଜନଧନ ଆକାଉଂଟଧାରୀ ମହିଳାଙ୍କୁ ୧୨୫୮.୨୦ କୋଟି ଟଙ୍କା ବ୍ୟାଙ୍କ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି। ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡିଶାରେ ମିଶନ ଇନ୍ଦ୍ରଧନୁଷରେ ୩.୮ ଲକ୍ଷରୁ ଊର୍ଦ୍ଧ୍ବ ଶିଶୁ ଏବଂ ୧.୧୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ଟୀକାକରଣ କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ବେଟି ବଚାଓ, ବେଟି ପଢାଓ ଭଳି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ଶିଶୁ କନ୍ୟାଙ୍କ ସୁରକ୍ଷା ପାଇଁ ୯.୪୮ ଲକ୍ଷ ଆକାଉଂଟ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲାଯାଇଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି।  ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଂଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories