www.samajalive.in
Saturday, December 13, 2025
26.1 C
Bhubaneswar

ଅସହାୟଙ୍କୁ ସାହଯ୍ୟର ହାତ ବଢ଼ାଇଲା ସୁଯୋଗ ଫାଉଣ୍ଡେସନ

ଭୁବନେଶ୍ବର: କୋଭିଡ ଭୟ ସାଙ୍ଗକୁ ଥଣ୍ଡାର ପ୍ରକୋପରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ଗରିବ ଶ୍ରେଣୀୟ ଲୋକମାନଙ୍କର ଏଭଳି ହାଡଭଙ୍ଗା ଶୀତରେ ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ଏଭଳି କିଛି ସମାଜର ମୁଖ୍ୟ ସ୍ରୋତଠାରୁ ଢେର ଦୂରରେ ଥିବା ଲୋକଙ୍କ ନିକଟରେ ପହଂଚି ତାଙ୍କୁ ସହଯୋଗର ହାତ ବଢ଼ାଇଛି ସୁଯୋଗ ଫାଉଣ୍ଡେସନ। ଖ୍ରୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ଭାବେ ଏଭଳି ଲୋକଙ୍କ ସହ ଦିନଟିକୁ ପାଳିଛି ସୁଯୋଗ ଫାଉଣ୍ଡେସନ୍ ସାଣ୍ଟା କ୍ଲଜ୍ ସାଜି କମ୍ବଳ, ମାସ୍କ, ସାନିଟାଇଜର, ସାବୁନ ବଣ୍ଟନ କରିଛି। ରାଜଧାନୀର ଚନ୍ଦକା ଗୋଡିବାରି ଗ୍ରାମର ବୟସ୍କ ଆଦିବାସୀ ଲୋକଙ୍କ ମଧ୍ୟରେ ଏହା ବଣ୍ଟାଯାଇଛି। ପ୍ରାୟ ୪୦ ଜଣ ଲୋକଙ୍କୁ ଏହି କିଟବଣ୍ଟା ଯାଇଥିଲା। ଏଥିସହିତ ବୁଗିନ ଶିକ୍ଷା କେନ୍ଦ୍ର ଛାତ୍ରଛାତ୍ରୀଙ୍କ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ କର୍ମକର୍ତ୍ତାବୃନ୍ଦ। ବାଲକୋର ନିର୍ଦ୍ଦେଶକ ତଥା ଅଟଳ ଇନକ୍ୟୁବେଶନସେଣ୍ଟର ଡିଜି ତପନ କୁମାର ଚାନ୍ଦ ଓ ପ୍ରୀତି ଚାନ୍ଦ ଏହି ଅବସରରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଭବ୍ୟ ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଏକ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତର ପରିବେଷଣ କରାଯାଇଥିଲା। ବୁଗିନହର ସଂଯୋଜକ ସବିତା ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ, ନାଲକୋର ପୂର୍ବତନ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକ, ସୁଯୋଗର ସମ୍ପାଦକ ତଥା ୱାଲେଟଫର ୱେଲଥର ପରିଚାଳନା ନିର୍ଦ୍ଦେଶକ ତ୍ରିନାଥ ଲେଙ୍କା, ସମାଜସେବି ଜେ. କେ. ମହାନ୍ତି,ନମିତା ଦାସ ପ୍ରମୁଖ ଏହି ମହାନ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ। ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ଲୋକଙ୍କ ନିକଟରେ ପହଂଚି ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ସହିତ ମୁଖ୍ୟ ସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଏହି ସୁଯୋଗ ଫାଉଣ୍ଡେସନ ଗଠନ କରାଯାଇଛି। ଏହା ମଧ୍ୟରେ ଅନେକ କାର୍ୟ୍ୟକ୍ରମ ହାତକୁ ନେଇଛି ଏହି ସଂସ୍ଥା। ବୁଗିନ ହ ଭଳି ସ୍କୁଲ ଯେଉଁଠି ସମାଜର ତଳ ବର୍ଗର ପିଲାଙ୍କ ପାଇଁ ଏକ ଭିନ୍ନ ଧରଣର ପାଠ୍ୟକ୍ରମ କରାଯାଇଛି ଯାହାକି ଏହି କରୋନା ସମୟରେ ମଧ୍ୟ ଉପଯୋଗୀ ହୋଇ ପାରିଛି, ସେଠି ସୁଯୋଗ ଫାଉଣ୍ଡେସନ ପହଞ୍ଚି ଏଭଳି କାର୍ୟ୍ୟକ୍ରମ କରିଥିବାରୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସୁଯୋଗ ଓ ବୁଗିନ ହ ର କର୍ମକର୍ତ୍ତା ମାନଙ୍କୁଧନ୍ୟବାଦ ଜ୍ଞାପନ କରାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories