www.samajalive.in
Sunday, December 14, 2025
26.1 C
Bhubaneswar

ବାମନ ଉଚ୍ଚବିଦ୍ୟାଳୟ ମାଟ୍ରିକ୍ ୧୯୮୧ ବ୍ୟାଚର ବନ୍ଧୁ ମିଳନ

ବୋଲଗଡ଼: ବୋଲଗଡ ସଦର ମହକୁମାସ୍ଥିତ ମା’ଭୂୟାଁଣୀଙ୍କ ପୀଠ ଠାରେ ରବିବାର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ବାମନ ଉଚ୍ଚବିଦ୍ୟାଳୟର ୧୯୮୧ ମାଟ୍ରିକ୍ ବ୍ୟଚାର ଛାତ୍ରମାନେ ବନ୍ଧୁ ମିଳନ କରାଯାଇଥିଲା। ପ୍ରାରମ୍ଭରେ ବନ୍ଧୁ ଛାତ୍ରମାନେ ଏକତ୍ରୀତ ହୋଇ ଦିବଙ୍ଗତ ବନ୍ଧୁମାନଙ୍କୁ ମନେ ପକାଇ ତାଙ୍କ ଅମର ଆମରା ଶାନ୍ତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ପରେ ସ୍କୁଲ ତଥା କଲେଜ ଜୀବନର ପଠନ ପକ୍ରିୟା ସହିତ ତତ୍କାଳୀନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ଛାତ୍ରମାନଙ୍କ ପ୍ରତି ନିତୀ, ଆଦର୍ଶ ଏପରିକି ଛାତ୍ରବତ୍ସଳତା ସମ୍ପର୍କରେ ଆଲୋକପାତ କରିଥିଲେ। ବନ୍ଧୁମାନେ ନିଜ ନିଜ କର୍ମମୟ ଜୀବନ ସମ୍ପର୍କରେ ପରସ୍ପର ମଧ୍ୟରେ ଭାବବିନିମୟ କରିଥିଲେ। ମହାମାରୀ କୋଭିଡ ଦିର୍ଘଦିନ ଏହାର କିପରି ମୁକାବିଲା କରିଥିଲେ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୋଜିତ ଭୋଜିରେ ସମସ୍ତେ ଆପ୍ୟାୟିତ ହୋଇଥିଲେ। ଏହିବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବୀର ଦାସ, ପ୍ରଫୁଲ କୁମାର ସିଂହ, ପଦ୍ମଚରଣ ବେହେରା, ମନୋରଞ୍ଜନ ମହାପାତ୍ର, ମନୋରଞ୍ଜନ ମାନସିଂହ, ସନ୍ତୋଷ ମହାପାତ୍ର, ପ୍ରଦୀପ୍ତ ଖଣ୍ଡାୟତରାୟ, ଗୋପବନ୍ଧୁ ହୋତା,ବନମାଳୀ ମହାପାତ୍ର,ସରୋଜ ସାହୁ, ବିଭୂଦତ୍ତ ପଟ୍ଟନାୟକ, ନିଳାଦ୍ରୀ ସୁବୁଦ୍ଧି, ଚକ୍ରଧର ସାହୁ ପ୍ରମୁଖ ବହୁ ବନ୍ଧୁ ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories