www.samajalive.in
Saturday, December 13, 2025
26.1 C
Bhubaneswar

ବାଗଡ଼ିହିରେ ମାଲବାହୀ ଟ୍ରେନରେ କଟି ଯୁବତୀଙ୍କ ମୃତ୍ୟୁ, ଜଣେ ଯୁବକ ଗୁରୁତର

ଝାରସୁଗୁଡ଼ା/ଖୁନ୍ତାମାଲ : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ବାଗଡ଼ିହି ରେଳ ଷ୍ଟେସନରେ ରବିବାର ସକାଳ ସମୟରେ ମାଲବାହୀ ଟ୍ରେନରେ କଟି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଏଥିରେ ଜଣେ ଯୁବକଙ୍କର ଗୋଡ଼ ହାତ କଟି ଯାଇଥିବାରୁ ସେ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ବ୍ରଜରାଜନଗରର ନୂଆପଡ଼ାରୁ ରୋଶନ ମହାନନ୍ଦ (୨୨) ଓ ସୋଫିୟା ମହାନନ୍ଦ (୨୦)ଙ୍କ ସମେତ ଅନ୍ୟ ତିନିଜଣ ବାଗଡ଼ିହି ସ୍ଥିତ ବୁଡ଼ାପଡାର ଜଣେ ସମ୍ପର୍କୀୟ ଘରକୁ ଚାରିଦିନ ତଳେ ବୁଲିବାକୁ ଆସିଥିଲେ। ଆଜି ସକାଳ ପ୍ରାୟ ୧୦ଟା ବେଳେ ସେମାନେ ନିଜ ଘରକୁ ଫେରିବାକୁ ବାଗଡ଼ିହି ରେଳ ଷ୍ଟେସନରେ ଚାରି ନମ୍ବର୍ ପ୍ଲାଟଫର୍ମରେ ପହଞ୍ଚିଥିଲେ। ସେଇ ସମୟରେ ଚାରି ନମ୍ବର ପ୍ଳାଟଫର୍ମରେ ଏକ ମାଲବାହୀ ଟ୍ରେନ ଛିଡ଼ା ହୋଇଥିଲା। ଏକ ନମ୍ବର ପ୍ଳାଟଫର୍ମକୁ ଆସିବାକୁ ପାଞ୍ଚ ଜଣଙ୍କ ମଧ୍ୟରୁ ତିନିଜଣ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ ଗଳି ପାର୍ ହୋଇଯାଇଥିବା ବେଳେ ରୋଶନ ଓ ସୋଫିୟା ଟ୍ରନ ତଳେ ଗଳି ଯାଉଥିବା ବେଳେ ଟ୍ରେନଟି ପ୍ଳାଟଫର୍ମରୁ ଛାଡ଼ି ଦେଇଥିଲା । ଫଳରେ ସୋଫିୟାଙ୍କ ଉପରେ ଟ୍ରେନ ଚଢି ଯାଇଥିଲା । ଘଟଣାସ୍ଥଳରେ ତାଙ୍କରମୃତ୍ୟୁ ହୋଇଥିଲା। ତାଙ୍କ ଅଣ୍ଟାରୁ ଶରୀର ଦୁଇଖଣ୍ଡ ହୋଇ ଯାଇଥିବା ବେଳେ ରୋଶନଙ୍କର ଗୋଡ଼ ଏବଂ ହାତ ଉପରେ ଟ୍ରେନ ଚଢିଯିବାରୁ ସେ ଗୁରୁତର ଥିବା ଜଣାପଡ଼ିଛି। ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ରୋଶନଙ୍କୁ ଝାରସୁଗୁଡ଼ା ସ୍ଥିତ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ସୋଫିୟାଙ୍କର ଶବ ରେଳ ଧାରଣାରେ ପଡ଼ିରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories