www.samajalive.in
Saturday, December 13, 2025
17.1 C
Bhubaneswar

କିସ୍‌ରେ ମହାଅଭିଭାବକ ସମ୍ମିଳନୀ, ଅନ୍‍ଲାଇନ୍‍ରେ ଏକଜୁଟ ହେଲେ ଲକ୍ଷାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ କିସ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍‍ରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିଲା। ମାତ୍ର ଏଥର ମହାମାରୀ କରୋନା କଟକଣା ଯୋଗୁଁ ପିଲାମାନେ ନିଜ ନିଜ ଘରେ ରହୁଥିବାରୁ ଚଳିତବର୍ଷ ମହାଅଭିଭାବକ ସମ୍ମିଳନୀ ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ୩୦ଟି ଜିଲା ସମେତ ଝାଡ଼ଖଣ୍ଡ ଓ ଆସାମ ଆଦି ରାଜ୍ୟରେ ରହୁଥିବା କିସ୍‍ର ଛାତ୍ରଛାତ୍ରୀ ଓ ଅଭିଭାବକ ଲକ୍ଷାଧିକ ସଂଖ୍ୟାରେ ଅନ୍‍ଲାଇନ୍‍ରେ ଯୋଗ ଦେଇଥିଲେ।


କାର୍ଯ୍ୟକ୍ରମକୁ ସମ୍ବୋଧନ କରି କିସ୍‍ ଓ କିଟ୍‍ର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କହିଥିଲେ, ବର୍ତ୍ତମାନ କରୋନା କାଳରେ କିସ୍‍ର ଛାତ୍ରଛାତ୍ରୀମାନେ ଯେଭଳି ଶିକ୍ଷାଠାରୁ ଦୂରେଇ ନ ଯାଆନ୍ତି ସେଥିପାଇଁ କିସ୍‍ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟିତ ଅଛନ୍ତି। ସେଥିପାଇଁ ଏବେ ଘରେ ରହୁଥିବା କିସ୍‍ର ୩୦ ହଜାର ଛାତ୍ରଛାତ୍ରୀଙ୍କ ନିକଟକୁ ପ୍ରତିମାସରେ କିସ୍‍ ପକ୍ଷରୁ ଶୁଖିଲା ଖାଦ୍ୟ ଓ ପାଠ୍ୟୋପକରଣ ପଠାଯାଉଛି। କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କ ସହ ସର୍ବଦା ଯୋଗାଯୋଗରେ ରହିଆସୁଛନ୍ତି। ଅନ୍‍ଲାଇନ୍‍ରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶିକ୍ଷାଦାନ କରୁଥିବା ବେଳେ କଳିଙ୍ଗ ଟିଭି ମାଧ୍ୟମରେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସମୟରେ ଶିକ୍ଷାଦାନ ଜାରି ରହିଛି। କରୋନା ସମୟରେ ଅଭିଭାବକମାନେ ନିଜର ଯତ୍ନ ନେବା ସହ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପାଠପଢ଼ା ପ୍ରତି ଧ୍ୟାନ ଦେବାକୁ ଶ୍ରୀ ସାମନ୍ତ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପିଲାମାନେ ମଧ୍ୟ ପାଠପଢ଼ା ସମୟ ବାଦ ଅଭିଭାବକଙ୍କୁ ସେମାନଙ୍କ କାର୍ଯ୍ୟରେ ସହଯୋଗ କରିବା ଆବଶ୍ୟକ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିସ୍‍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ, ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ତଥା ଅଭିଭାବକ ପ୍ରତିନିଧି ନିରଞ୍ଜନ ବିଶି, ଝାରସୁଗୁଡ଼ାରୁ ପ୍ରଭାକର ଓରାମ, ମୟୂରଭଞ୍ଜରୁ ଲମ୍ବୋଦର ସିଂହ, କେନ୍ଦୁଝରରୁ ମକରଧ୍ୱଜ ନାୟକ, ରାୟଗଡ଼ାରୁ ଘାସିରାମ ସମୃଟିକା, କଳାହାଣ୍ଡିରୁ ପ୍ରେମାନନ୍ଦ ମାଝୀ ଏବଂ ବୌଦ୍ଧରୁ ସୁଶୀଳ ଦେହୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ କିସ୍‍ର ଉପକାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ପାତ୍ର।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories