www.samajalive.in
Saturday, December 13, 2025
26.1 C
Bhubaneswar

ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ମୃତ

ରାଉରକେଲା : ଭାରସାମ୍ୟ ହରାଇ ରୋଡ୍ ଡିଭାଇଡରରେ ପିଟି ହୋଇ ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଉରକେଲା ବାଲୁଘାଟ ନିକଟସ୍ଥ ଜାତୀୟ ରାଜପଥ ଡ଼ାକବଙ୍ଗଳା ନିକଟରେ ଘଟିଛି ଏହି ଦୁର୍ଘଟଣା।  ଦୁର୍ଘଟଣା ପରେ ମିନି ବସ୍‌ଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଆହତଙ୍କ ମଧ୍ୟରୁ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଛି। ଯାହା ଫଳରେ ଏହି ଦୁର୍ଘଟଣାରେ ମୋଟ୍ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନାଅନୁସା​‌ରେ ରାଉରକେଲା ବାଲୁଘାଟ ନିକଟସ୍ଥ ଜାତୀୟ ରାଜପଥ ଡ଼ାକବଙ୍ଗଳା ନିକଟରେ ରାଉରକେଲାରୁ ଲାଠିକଟା ଯାଉଥିବା ମା ତାରିଣୀ ମିନି ବସ୍  ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୁହୁଡି କାରଣରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଦମକଳ ବିଭାଗ ଏବଂ ପୁଲିସ ପହଞ୍ଚି ବସ୍‌ରେ ଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

- Advertisement -

ଦୁର୍ଘଟଣାସ୍ଥଳରେ ବସ୍‌ ହେଲପରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟମାନଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆହତ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ରାଉରକେଲା ଆର୍‌ଜିଏଚ୍‌ରେ ଚିକିତ୍ସା ସମୟରେ ଦୁର୍ଘଟଣାରେ ଆହତ ଜଣେ ଶିଶୁ ଗୁରୁତର ହେବରୁ ତାକୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories