www.samajalive.in
Saturday, December 13, 2025
21.1 C
Bhubaneswar

କଳିଯୁଗର ବାଲ୍ମିକୀ : ଛାତ୍ରନେତାରୁ ଅପରାଧ, ଟି. ତୁମ୍ବନାଥରୁ ବାବା ବୈଷ୍ଣବପୁରୀ

ପୁରୀ : ପୁଲିସ ସୁରକ୍ଷା ବଳୟ ଭେଦକରି ଗତ ୨୩ତାରିଖ ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଧସେଇ ପଶିଥିବା ଲଙ୍ଗୁଳି ମଠର ବାବା ବୈଷ୍ଣବପୁରୀଙ୍କ ପ୍ରକୃତ ପରିଚୟ ଜଣାପଡିଛି। ଜଣେ ଛାତ୍ରନେତାରୁ ଅପରାଧ ଏବଂ ପରେ ବ୍ରହ୍ମପୁରରୁ ସେ ପୁରୀ ଚାଲି ଆସିଥିବା ସୂଚନା ମିଳିଛି। କିଛିବର୍ଷ ଧରି ପୁରୀ ଲଙ୍ଗୁଳି ମଠରେ ସେ ଅବସ୍ଥାନ କରୁଛନ୍ତି। ତାଙ୍କ ମୂଳନାମ ଟି. ତୁମ୍ବନାଥ ସୁବୁଦ୍ଧି ଏବଂ ଘର ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ । ସନ୍ୟାସ ଦିକ୍ଷା ଗ୍ରହଣ କରିବା ପରେ ବାବା ବୈଷ୍ଣବପୁରୀ ଭାବେ ତାଙ୍କ ନାମ ପରିବର୍ତ୍ତନ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବ୍ରହ୍ମପୁରର ଏକ କଲେଜରେ ପଢିବା ବେଳେ ସେ ଛାତ୍ରନେତା ହୋଇଥିଲେ। ୨୦୦୭-୦୮ରେ କଲେଜ ଶିକ୍ଷା ଅଧାରୁ ଛାଡି କିଛିଦିନ ସେ ଗୋସୁରକ୍ଷା ପାଇଁ କାର୍ଯ୍ୟ କରିଥିଲେ। ୨୦୧୦ ଜୁଲାଇ ୨୨ରେ ତାଙ୍କ ଅଞ୍ଚଳରେ ଘଟିଥିବା ଜଣେ ଯୁବକଙ୍କ ହତ୍ୟା ଘଟଣାରେ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଦ୍ବାରା ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସେ କିଛିଦିନ ବିରାଧିନ ବନ୍ଦୀ ଭାବେ ରହିଥିଲେ। ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ସେ ଫେରାର ହୋଇଥିବା ଅଭିଯୋଗ ରହିଛି।

- Advertisement -

ଏହାଛଡା ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ସେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ତାଙ୍କ ବିରୋଧରେ ଗିରଫ ବିହୀନ ଜାମିନ ପରୱାନା କୋର୍ଟ ଜାରି କରିଥିଲେ।  ବ୍ରହ୍ମପୁର ପୁଲିସ ତାଙ୍କୁ ପୁଣିଥରେ ଗିରଫ କରିଥିଲା।

କୋର୍ଟରୁ ଜାମିନରେ ବାହାରିବା ପରେ ସେ ଆଧ୍ୟାତ୍ମିକ ଜଗତରେ ପାଦ ଦେଇଛନ୍ତି। କିଛିବର୍ଷ ଧରି ସେ ପୁରୀରେ ଅବସ୍ଥାନ କରୁଛନ୍ତି। ଜଣେ ଚର୍ଚ୍ଚିତ ଲଙ୍ଗୁଳି ବାବା ଭାବେ ଏଠାରେ ସେ ବେଶ୍‌ ପରିଚିତ। ସମଗ୍ର ଶରୀରରେ ବିଭୂତିବୋଳି ଏବଂ ହାତରେ ଡମ୍ବରୁ ଧରି ଅଧିକାଂଶ ସମୟ ସେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ବୁଲୁଛନ୍ତି। ଗତ ରଥଯାତ୍ରା ସମୟରେ ବିବାଦୀୟ ଏବଂ ଅନର୍ଗଳ ଇଂରାଜୀ ଭାଷଣ ଦେଇ ସେ ଗଣମାଧ୍ୟମ ନଜରକୁ ଆସିଥିଲେ। ତାଙ୍କ ବିରୋଧରେ ପୁଲିସ ମିଥ୍ୟା ମୋକଦ୍ଦମା ରୁଜୁ କରିଥିବା ଏବଂ ସେ କୋର୍ଟରୁ ଜାମିନରେ ଆସିଥିବା ଟି. ତୁମ୍ବନାଥ ସୁବୁଦ୍ଧି ଓରଫ୍‌ ବାବା ବୈଷ୍ଣବପୁରୀ ଶନିବାର ଗଣମାଧ୍ୟମକୁ କହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories