www.samajalive.in
Saturday, December 13, 2025
26.1 C
Bhubaneswar

ପରୀ ହତ୍ୟାକାଣ୍ଡ ମାମଲା : ଏସ୍ଆଇଟି ସ୍କାନରରେ ସରୋଜଙ୍କ ମା’ ଶୈଳବାଳା

ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାରେ କଲେଜ ଛାତ୍ର ସରୋଜ ସେଠୀ ଗିରଫ ହେବା ପରେ ଏବେ ଏସଆଇଟି ସ୍କାନରରେ ଅଛନ୍ତି ତାଙ୍କ ମା’ ଶୈଳବାଳା ଓ ଭଉଣୀ। ସରୋଜ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଏକୁଟିଆ ଘଟାଇଛି କିମ୍ବା ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି ସେଥିନେଇ ଏସଆଇଟି ଖୋଳତାଡ଼ ଚଳାଇଛି। ଘଟଣା ସମ୍ପର୍କରେ ଜାଣିବା ପରେ ଗତ ପାଞ୍ଚମାସ ହେଲା ପରିବାର ଲୋକ ଲୁଚାଇ ରଖିଥିଲେ ବୋଲି ଏସଆଇଟି ସନ୍ଦେହ କରୁଛି। ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏମାନଙ୍କୁ ଏସଆଇଟି ଜେରା କରିପାରେ। ଏସବୁ ଭିତରେ ପୁଣି ଥରେ ରିମାଣ୍ଡରେ ସରୋଜଙ୍କୁ ଆଣିବାକୁ ତଦନ୍ତକାରୀ ଦଳ ପ୍ରସ୍ତୁତ ହେଉଛି। ଏଥର ସରୋଜଙ୍କୁ ରିମାଣ୍ଡରେ ଆଣିଲେ ତା’ର ବ୍ରେନ ମ୍ୟାପିଙ୍ଗ କରିପାରେ। ଅଭିଯୁକ୍ତ ସରୋଜ ସେଠୀ ଏବେ ନୟାଗଡ଼ ସବଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି।

ଆସନ୍ତା ଜାନୁଆରୀ ୧୨ତାରିଖରେ ଏସ୍ଆଇଟିକୁ ଚାର୍ଜସିଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଚାର୍ଜସିଟ ଦାଖଲ କରିବା ପୂର୍ବରୁ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଆଉ କେତେକ ସନ୍ଦିଗ୍ଧଙ୍କୁ ଗିରଫ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ସରୋଜଙ୍କୁ ଗିରଫ ପୂର୍ବରୁ ଏସଆଇଟି ତା’ ହାତରେ ବଡ଼ ପ୍ରମାଣ ଲାଗିଥିବା କହିଥିଲା। ଏଥିପାଇଁ ସରୋଜଙ୍କ ଘରେ ତନାଘନା କରିବା ସହିତ ପରୀର ଶବ ମିଳିଥିବା ଗାଡ଼ିଆକୁ ଉଝଳା ଯାଇଥିଲା। ଏସବୁ ସ୍ଥାନରୁ ମିଳିଥିବା ପ୍ରମାଣ ଯଥେଷ୍ଟ ନୁହେଁ ଏବଂ ଏଥିରୁ ସରୋଜ ଅପରାଧୀ ବୋଲି ପ୍ରମାଣିତ ହେଉନି ବୋଲି ବିରୋଧୀ ଦଳ କଂଗ୍ରେସ ଓ ବିଜେପି ପ୍ରଶ୍ନ ଉଠାଇ ଥିଲେ। ଏସ୍‌ଆଇଟି ଯେଉଁ ପ୍ରମାଣ ଆଧାରରେ ସରୋଜଙ୍କୁ ଗିରଫ କରିଛି ତାକୁ କୋର୍ଟ ଗ୍ରହଣ କରି ନ ପାରନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।

- Advertisement -

ଏପରିସ୍ଥଳେ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ସରୋଜଙ୍କ ମା’ ଶୈଳବାଳା ଓ ଭଉଣୀଙ୍କୁ ଏସଆଇଟି ଜେରା କରିପାରେ। ଶୈଳବାଳା ତାଙ୍କ ପୁଅ ନିର୍ଦୋଷ ଓ ଏସଆଇଟି ତାଙ୍କୁ ବଳପୂର୍ବକ ଦୋଷ ସ୍ବୀକାର କରିବାକୁ ବାଧ୍ୟ କରିଛି ବୋଲି ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ଗତ ୨୧ ତାରିଖରେ ସେ ଏସଆଇଟି ମୁଖ୍ୟ ବୋଥ୍ରାଙ୍କ ନାମରେ ନୟାଗଡ଼ ସଦରଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ନେଇ ସଦରଥାନା ସେଭଳି କିଛି ପଦକ୍ଷେପ ନେଇ ନ ଥିଲାବେଳେ ସେମାନଙ୍କ ନଜର ସରୋଜଙ୍କ ମାଆ ଏବଂ ଭଉଣୀ ଉପରେ ରହିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories