www.samajalive.in
Saturday, December 13, 2025
26.1 C
Bhubaneswar

ଡିସେମ୍ବର ୨୮ରେ ୧୦୦ ତମ କିଷାନ ରେଳର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮ ଅପରାହ୍ନ ୪.୩୦ ମିନିଟ ସମୟରେ ଭିଡିଓ କନଫରେନ୍ସ ମାଧ୍ୟମରେ ମହାରାଷ୍ଟ୍ରର ସାଙ୍ଗୋଲା ଠାରୁ ପଶ୍ଚିମବଙ୍ଗର ଶାଲିମାର ପର୍ଯ୍ୟନ୍ତ ୧୦୦ ତମ କିଷାନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ  ନରେନ୍ଦ୍ର ସିଂ ତୋମର ଏବଂ ପୀୟୁଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ ।

ବହୁମୂଖୀ ମାଲବାହୀ ଟ୍ରେନ ସେବାରେ ଫୁଲକୋବି, କ୍ୟାପ୍ସିକମ, କୋବି, ସଜନା, ଲଙ୍କା, ପିଆଜ ଇତ୍ୟାଦି ପରିବା ସହିତ ଅଙ୍ଗୁର, କମଳା, ଡାଳିମ୍ବ, ବନ୍ଧାକୋବି, କଷ୍ଟାର୍ଡ ​​ଆପଲ ଇତ୍ୟାଦି ଫଳ ପରିବହନ ହେବ । ସମସ୍ତ ଷ୍ଟପେଜ ଷ୍ଟେସନରେ ନଷ୍ଟ ହୋଇଯାଉଥିବା ଦ୍ରବ୍ୟର ଲୋଡିଂ ଏବଂ ଅନଲୋଡିଂ ପାଇଁ ଅନୁମତି ଦିଆଯିବ । ସାମଗ୍ରୀର ଆକାରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଫଳ ଓ ପନିପରିବା ପରିବହନରେ ଭାରତ ସରକାର ସବସିଡି ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି ।

- Advertisement -

କିଷାନ ରେଳ ବିଷୟରେ

ପ୍ରଥମ କିଷାନ ରେଳ ୭ ଅଗଷ୍ଟ, ୨୦୨୦ରେ ଦେବଲାଲୀରୁ ଦାନାପୁର ପର୍ଯ୍ୟନ୍ତ ଚଳାଚଳ କରିବା ପାଇଁ ସ୍ଥିର ହୋଇଥିଲା, ଯାହାକି ମୁଜାଫରପୁର ପର୍ଯ୍ୟନ୍ତ ପୁଣି ବୃଦ୍ଧି କରାଯାଇଥିଲା । କୃଷକଙ୍କ ସକାରାତ୍ମକ ପ୍ରତିକ୍ରିୟା ଫଳରେ ଏହାର ଚଳାଚଳକୁ ମଧ୍ୟ ସପ୍ତାହରେ ଗୋଟିଏ ଦିନରୁ ତିନି ଦିନକୁ ବୃଦ୍ଧି କରାଯାଇଥିଲା । ସମଗ୍ର ଦେଶରେ କୃଷିଜାତ ଦ୍ରବ୍ୟର ଦ୍ରୁତ ପରିବହନକୁ ସୁନିଶ୍ଚିତ କରିବାରେ କିଷାନ ରେଳ ଏକ ପଟପରିବର୍ତ୍ତନକାରୀ ପଦକ୍ଷେପ । ଏହା ନଷ୍ଟ ହୋଇଯାଉଥିବା ଉତ୍ପାଦଗୁଡିକର ବାଧା ରହିତ ଯୋଗାଣରେ ସହାୟକ ହେଉଛି ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories