www.samajalive.in
Sunday, December 7, 2025
13.1 C
Bhubaneswar

ବାଙ୍କୀରେ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ପାଳିତ; ସେବା ଓ ସଂକଳ୍ପର ବାର୍ତ୍ତାକୁ ଗୁରୁତ୍ୱ

ବାଙ୍କୀ: ବିଜେଡି କାର୍ଯ୍ୟାଳୟ ଠାରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଶନିବାର କୋଭିଡ କଟକଣା ସହିତ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଓ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ କରି ପ୍ରତିଷ୍ଠା ଦିବସର ଶୁଭ ଉଦ୍ଦଘାଟନ କରି ରାଜ୍ୟରେ ବିଜେଡିର ଜୟଯାତ୍ରା ନବୀନ ସରକାରଙ୍କ ପ୍ରତି ଅକୁଣ୍ଠ ଶ୍ରଦ୍ଧା ଓ ଭଲପାଇବାକୁ ପ୍ରତିପାଦିତ କରିବା ପାଇଁ ସମବେତ ବିଜୁ ପ୍ରେମୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ବାଙ୍କୀ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀ ମାନେ ସମାବେଶରେ ଯୋଗଦେଇ ପ୍ରତିଷ୍ଠା ଦିବସର ଚିନ୍ତନରେ ଅତିଥି ମାନଙ୍କ ଠାରୁ ବାଙ୍କୀ ବିକାଶର ଜୟଯାତ୍ରାରେ ବିଜେଡିର ସଫଳ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ବାଙ୍କୀ ନଗର ବିଜେଡି ସଭାପତି ହରେକୃଷ୍ଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ସମ୍ମାନିତ ଅତିଥି ଭାବରେ ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଉତ୍ତର ବାଙ୍କୀ ବରିଷ୍ଠ ବିଜେଡି ନେତା ଗତିକୃଷ୍ଣ ସ୍ୱାଇଁ, କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାଷ ପାଢୀ, ସମିତିସଭ୍ୟ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ମାନସ ମହାପାତ୍ର, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସନାତନ ବେହେରା, ପୂର୍ବତନ ସରପଞ୍ଚ କାଳନ୍ଦୀ ସାହୁ, ଡମପଡା ବ୍ଲ ବିଜେଡି ସଭାପତି ଆର୍ତ୍ତତ୍ରାଣ ସ୍ୱାଇ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ଦାସ, ଡମପଡା ବ୍ଲକ ଉପାଧ୍ୟକ୍ଷା ରେବତୀ ଜେନା ପ୍ରମୁଖ ଯୋଗଦେଇ ପ୍ରତିଷ୍ଠା ଦିବସର ଅନୁଚିନ୍ତା ପ୍ରଦାନ କରିଥିଲେ। ବାଙ୍କୀ ବିଜେଡି ଯୁବ ସଭାପତି ସନ୍ତୋଷ କୁମାର ରଣା, ସାମ୍ବାଦିକ ତଥା ବିଜେଡି ନେତା ସମରେନ୍ଦ୍ର ମହାପାତ୍ର, ଅସୀତ କୁମାର ଜେନା, ରାଜକିଶୋର ମହାନ୍ତି ପ୍ରମୁଖ ପ୍ରତିଷ୍ଠା ଦିବସ ଅବସରରେ ବକ୍ତବ୍ୟ ରଖିଥିଲେ। ସମାବେଶରେ ବିଭିନ୍ନ ପଞ୍ଚାୟତର ଦଳୀୟ ସରପଞ୍ଚ ଓ ସସମିତି ସଭ୍ୟ ମାନେ ଉପସ୍ଥିତ ରହିଥିଲେ। ପ୍ରତିଷ୍ଠା ଦିବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ବିଜେଡିର ଲୋକ ସେବା ଓ ସଂକଳ୍ପକୁ ଗୁରୁତ୍ୱ ଦିଆଯାଉଥିବା ନିଜ ବକ୍ତବ୍ୟରେ ଗୁରୁତ୍ୱ ଦେଇଥିଲା ବେଳେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ବିଜୁ ଜନତା ଦଳ ଦଳୀୟ ମୁଖ୍ୟଙ୍କୁ ପ୍ରାଧାନ୍ୟ ଦେଇ ଜନମାନସରେ ଆସ୍ଥା ଭାଜନ ହେଉଥିବା ପ୍ରକଟ କରି ଶୃଙ୍ଖଳିତ ଦଳର ଲୋକାଭିମୁଖୀ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ।

ପ୍ରତିଷ୍ଠା ଦିବସରେ ରତାଗଡ ସରପଞ୍ଚ ସମେତ ୨୦କଂଗ୍ରେସ କର୍ମୀଙ୍କ ବିଜେଡିରେ ମିଶ୍ରଣ
ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ କଂଗ୍ରେସ ଦଳ ଛାଡି ରତାଗଡ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ରାଉତ,ସରପଞ୍ଚ ପ୍ରତିନିଧି ବିଜୟ କୁମାର ରାଉତ ନିଜର ସହଯୋଗୀ ମାନଙ୍କ ସହିତ ବିଜେଡି ଦଳରେ ଯୋଗଦାନ କରିଛନ୍ତି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଦଳୀୟ ଉତ୍ତୋରୀୟ ପ୍ରଦାନ କରି କଂଗ୍ରେସ କର୍ମୀ ରଶ୍ମି ସ୍ୱାଇଁ, ପ୍ରସୁନ୍ୟ ସାହୁ, ପ୍ରତିମା ବେହେରା,ପ୍ରତାପ ସାହୁ, ତ୍ରିଲୋଚନ ରଣା,ପୀତବାସ ମହାରଣା, ମାମିନା ବିଶ୍ୱାଳ, ସବିତା ସିଠ, ପ୍ରାଣବନ୍ଧୁ ରାଉତ, ରମେଶ ଚନ୍ଦ୍ର ଜେନା, ବିକଳ ବେହେରା, ଝୁନା ସାହାଣି, ଶ୍ରୀନିବାସ ସ୍ୱାଇଁ, ମାନସ ସାହାଣି, ପୀତବାସ ସିଠ, ବିକ୍ରମ ସାହୁ, କାର୍ତ୍ତିକ ରଣା, ରମେଶ ଚନ୍ଦ୍ର ପଣ୍ଡା,କବିରାଜ ବେହେରା,ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ବିଜେଡି ଦଳକୁ ସ୍ୱାଗତ କରି ରତାଗଡ ପଞ୍ଚାୟତର ଦଳୀୟ ଭିତ୍ତିଭୂମି ଓ ବିକାଶ ପାଇଁ ହାତବଢାଇଥିବାରୁ ସରପଞ୍ଚଙ୍କ ସମେତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ,ନଗର ବିଜେଡି ସଭାପତି ହରେକୃଷ୍ଣ ଦାସ,ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ବାଙ୍କୀ ବ୍ଲକ ବିଜେଡି ସଭାପତି ଅନନ୍ତ ଚରଣ ଦାସ,ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଡମପଡା ବ୍ଲକ ବିଜେଡି ସଭାପତି ଆର୍ତ୍ତତ୍ରାଣ ସ୍ୱାଇଁ,ଉପାଧ୍ୟକ୍ଷ ରେବତୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଦଳରେ ମିଶିଥିବା ରତାଗଡ ସରପଞ୍ଚ ଲକ୍ଷ୍ମୀପ୍ରିୟା ରାଉତ ନିଜର ପ୍ରତିକ୍ରୀୟାରେ ବିଜେଡି ଦଳର ଆଦର୍ଶ ଓ କାର୍ଯ୍ୟଧାରା ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳ ଛାଡି ବିଜେଡିରେ ନିଜର ସମର୍ଥକ ମାନଙ୍କ ସହ ମିଶିଥିବା ପ୍ରକାଶ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories