www.samajalive.in
Sunday, December 14, 2025
23.1 C
Bhubaneswar

ଜାମ୍ମୁ-କାଶ୍ମୀର୍‍ ଅଧିବାସୀଙ୍କ ପାଇଁ ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ ସ୍ୱାସ୍ଥ୍ୟସେବା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର୍‍ର ସମସ୍ତ ଅଧିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟ ସାର୍ବଜନୀନ ସ୍ୱାସ୍ଥ୍ୟସେବା ସହ ଅର୍ଥନୈତିକ ସୁରକ୍ଷା ଏବଂ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ପାଇପାରିବେ। ‘ସୋସିଓ-ଇକୋନୋମିକ୍‌ ଆଣ୍ଡ୍‌ କାଷ୍ଟ୍‍ ସେନ୍‌ସସ୍‌’ (ଏସ୍‌ଇସିସି)୨୦୧୧ ଆଧାରରେ ଏହାଦ୍ୱାରା ୨୧ ଲକ୍ଷ ହିତାଧିକାରୀ ଉପକୃତ ହେବେ। ଏହି ଯୋଜନା ମାଧ୍ୟମରେ ଜାମ୍ମୁ-କାଶ୍ମୀର୍‍ର ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ବୀମା ସୁବିଧା ଯୋଗାଇ ଦେବ। ପିଏମ୍‍-ଜୟ ଅସ୍ତ୍ରୋପଚାର ପାଇଁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବ।


ଦେଶବ୍ୟାପୀ ପିଏମ୍‍-ଜୟ ଯୋଜନା ଅଧୀନରେ ପଞ୍ଜିକୃତ ହୋଇଥିବା ହସ୍ପିଟାଲ୍‍ଗୁଡ଼ିକ ଏହି ସେବା ପାଇହେବ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‍ ଶାହା ଏବଂ ଜାମ୍ମୁ-କାଶ୍ମୀର୍‍ ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ୧୦ ଲକ୍ଷ ୭୦ ହଜାର କୃଷକ ଉପକୃତ ହୋଇଛନ୍ତି। ଗତବର୍ଷ ଅଗଷ୍ଟ ମାସରୁ ଜମ୍ମୁ ଓ କଶ୍ମୀରରେ ବିକାଶର ନୂତନ ତରଙ୍ଗ ସୃଷ୍ଟି ହୋଇଛି। ଏଥିସହ ଉପରାଜ୍ୟପାଳ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ବିକାଶ ନିମନ୍ତେ ହୋଇଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।

- Advertisement -


ସେହିପରି ଭିଡିଓ କନଫରେନସିଂ ଜରିଆରେ ଉପସ୍ଥିତ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ ଓ କଶ୍ମୀର ପାଇଁ ଆଜିର ଦିନଟି ଖୁବ୍‌ ତାତ୍ପର୍ୟ୍ୟପୂର୍ଣ୍ଣ। ଅଟଳବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀର ଦିନକ ପରେ  ଆୟୁଷ୍ମାନ୍‍ ଭାରତ ପିଏମ୍‍-ଜୟ ସେହତ୍‍ କାର୍ଯ୍ୟକ୍ରମର ଶୁଭାରମ୍ଭ ହେଉଛି। କଶ୍ମୀର ନିମନ୍ତେ ବାଜପେୟୀଙ୍କ ଭାବାବେଗ ସମ୍ପର୍କରେ ସମସ୍ତେ ଜାଣନ୍ତି। ଏହି ଯୋଜନା ସବୁଆଡ଼େ ଲାଗୁ ହୋଇଛି। ସବୁଆଡ଼େ ଏହି ଯୋଜନା କେବଳ ଗରିବମାନଙ୍କ ନିମନ୍ତେ ଉଦ୍ଦଷ୍ଟ। କିନ୍ତୁ, ଜମ୍ମୁ ଓ କଶ୍ମୀରର ସମସ୍ତ ବ୍ୟକ୍ତି ଏହି ଯୋଜନାରୁ ସୁଫଳ ପାଇବେ ବୋଲି ଶାହ କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories