www.samajalive.in
Sunday, December 14, 2025
23.1 C
Bhubaneswar

ନୂଆବର୍ଷ ପାଇଁ ପୁଲିସର ପ୍ରସ୍ତୁତି; ୧୨ ସ୍କ୍ବାଡ୍‌ ଗଠନ, ବ୍ଲକିଂ-ଚେକିଂକୁ ଗୁରୁତ୍ବ

ଭୁବନେଶ୍ବର : ନୂଆ ବର୍ଷ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି। ବ୍ରିଟେନରେ କୋଭିଡ୍‌ର ଦ୍ବିତୀୟ ଭୂତାଣୁ ସଂକ୍ରମଣ ଦେଖାଦେଇଛି। ଏପରିକି ସେଠାରୁ ଓଡ଼ିଶାକୁ ମଧ୍ୟ କିଛି ସଂକ୍ରମିତ ଆସି ସାରିଲେଣି। ଗତ କିଛି ଦିନ ହେବ କୋଭିଡ ସଂକ୍ରମଣ ସ୍ଥିତି ସାମାନ୍ୟ ସୁଧୁରୁଥିବା ବେଳେ ବ୍ରିଟେନ ସାରା ବିଶ୍ବରେ ଆତଙ୍କ ଖେଳାଇଦେଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିିଭିନ୍ନ ପର୍ଯ୍ୟଟନ ସ୍ଥଳ, ପାର୍କ, ମା‌େ‌ର୍କଟ୍‌, ମଲ୍‌, ହୋଟେଲ ଓ ବାର୍‌ ଆଦି‌େ‌‌ର ଜନଗହଳି ବଢ଼ିଛି। ନବବର୍ଷ ପାଳନ ଲାଗି ମଧ୍ୟ ଲୋକଙ୍କ ମନରେ ଉନ୍ମାଦନା ଦେଖିବାକୁ ମିଳୁଛି। ଯାହାକୁ ନେଇ କମିସନରେଟ୍ ପୁଲିସର ଚିନ୍ତା ବଢ଼ି ଯାଇଛି।
ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାନ୍ତି। ଡିସେମ୍ବର ୩୧‌େ‌ର କୌଣସି ହୋଟେଲ, କ୍ଲବ୍‌ ଓ ବାର୍‌ରେ ଜିରୋ ନାଇଟ୍‌ ପାଳନ ଉପରେ କଟକଣା ରହିଛି। ତଥାପି କେହି ଏହାକୁ ଉଲ୍ଲଘଂନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାକୁ ରୋକିବା ଲାଗି କମିସନରେଟ ପୁଲିସ ପକ୍ଷରୁ ୧୨ଟି ଟିମ୍‌ ଗଠନ କରାଯାଇଛି ବୋଲି ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ସେହିପରି ଡିସେମ୍ବର ୩୧ ଓ ଜାନୁଆରୀ ଦୁଇଦିନ ରାଜଧାନୀର ବିଭିନ୍ନ ଛକରେ ପୁଲିସ ମୁତୟନ କରାଯିବା ସହିତ ବ୍ଲକିଂ ଓ ଚେକିଂ କରାଯିବ। ନିଶାସକ୍ତ ଗାଡ଼ି ଚାଳନା ରୋକିବା ଲାଗି ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଏହାବ୍ୟତୀତ ବାଇକ୍‌ରେ ୩ ଜଣିଆ ଯାଞ୍ଚ କଡ଼ାକଡ଼ି କରାଯିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories