www.samajalive.in
Friday, December 12, 2025
15.1 C
Bhubaneswar

ନାସାର ୨୭ ମାଙ୍କଡ଼ଙ୍କୁ ଯନ୍ତ୍ରଣାମୁକ୍ତ ମୃତ୍ୟୁ !

ୱାଶିଂଟନ୍‌ : ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ରେ ଗବେଷଣା ପାଇଁ ରଖାଯାଇଥିବା ୨୭ ମାଙ୍କଡ଼ଙ୍କୁ ଗତବର୍ଷ ଗୋଟିଏ ଦିନରେ ହତ୍ୟା କରାଯାଇଛି। ‘ଗାର୍ଡିଆନ୍‌’ ଖବରକାଗଜ ଏ ସମ୍ପର୍କିତ ଖବର ପ୍ରକାଶ କରିଛି। ଏହି ଖବର ଅନୁଯାୟୀ, ବୟସ୍କ ହୋଇଯାଇଥିବା ଓ ରୋଗଗ୍ରସ୍ତ ହୋଇପଡ଼ିଥିବା ଏହି ମାଙ୍କଡ଼ଙ୍କୁ ୨୦୧୯ ଫେବ୍ରୁଆରୀ ୨ରେ କାଲିଫର୍ଣ୍ଣିଆର ସିଲିକନ୍‌ ଭାଲିସ୍ଥିତ ‘ନାସା’ର ‘ଆମେସ୍‌’ ଗବେଷଣା କେନ୍ଦ୍ରରେ ହତ୍ୟା କରାଯାଇଛି। ସେମାନଙ୍କୁ ଯନ୍ତ୍ରଣାମୁକ୍ତ ମୃତ୍ୟୁ ପ୍ରଦାନ କରାଯାଇଥିବା ଏଥିରେ କୁହାଯାଇଛି। ଗବେଷଣା ସଂସ୍ଥା ‘ଲାଇଫ୍‌ସୋର୍ସ ବାୟୋମେଡିକାଲ୍‌’ ଓ ‘ନାସା’ ମିଳିତ ଭାବେ ଉକ୍ତ ମାଙ୍କଡ଼ଙ୍କୁ ଆମେସ ପରିସରରେ ରଖିଥିଲେ। ନାସା ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ, ଏହି ମାଙ୍କଡ଼ମାନେ ପାର୍କିନ୍‌ସନ ରୋଗଗ୍ରସ୍ତ ଥିଲେ ଏବଂ ମହାକାଶ ଗବେଷଣା ପାଇଁ ଅନୁପଯୋଗୀ ହୋଇଯାଇଥିଲେ। ସେମାନଙ୍କୁ ମହାକାଶ ଅଭିଯାନ କିମ୍ବା ଗବେଷଣାରେ ବ୍ୟବହାର କରାଯାଉ ନ ଥିଲା। ସେମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା।
ବାର୍ଦ୍ଧକ୍ୟ ଯୋଗୁଁ ସ୍ୱାସ୍ଥ୍ୟହାନି ଘଟିଥିବାରୁ ସେମାନଙ୍କୁ ସେବାଯତ୍ନ ଦେଇ ରଖିବା ସମ୍ଭବ ହେଉ ନ ଥିଲା। ସେଥିପାଇଁ ସେମାନଙ୍କୁ ହତ୍ୟା କରାଯାଇଥିଲା; ତେବେ ଏହି ଘଟଣା ନେଇ ପ୍ରାଣୀ ସୁରକ୍ଷା ଅଧିକାର କର୍ମୀମାନେ ‘ନାସା’କୁ ସମାଲୋଚନା କରିଛନ୍ତି। ୨୦୧୭ରେ ଆମେରିକାରେ ରେକର୍ଡ ସଂଖ୍ୟକ ୭୪ହଜାର ମାଙ୍କଡ଼ଙ୍କୁ ଗବେଷଣାରେ ବ୍ୟବହାର କରାଯାଇଥିଲା; ମାତ୍ର କରୋନା ଟିକା ପରୀକ୍ଷଣ ପାଇଁ ଆବଶ୍ୟକ ମାଙ୍କଡ଼ ମିଳି ନ ଥିଲେ। ଆମେରିକା ୨୦୧୮ରୁ ମାଙ୍କଡ଼ଙ୍କୁ ଗବେଷଣାରେ ବ୍ୟବହାର କରିବାରୁ ବିରତ ରହିବା କାରଣରୁ ଏଭଳି ସ୍ଥିତି ଉପୁଜିଥିବା ରିପୋର୍ଟରେ କୁହାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories