www.samajalive.in
Saturday, December 13, 2025
26.1 C
Bhubaneswar

ଜଙ୍ଗଲ ଧ୍ୱଂସ ଓ ଖାଦ୍ୟାଭାବ ; ହାତୀ ଏବେ ଜନବସତି ମୁହାଁ, ଲୋକେ ଆତଙ୍କିତ

ଲାଞ୍ଜିଗଡ଼ : ଲଗାତାର ଜଙ୍ଗଲ ଧ୍ୱଂସ ଓ ଖାଦ୍ୟାଭାବ ଯୋଗୁଁ ଜଙ୍ଗଲୀ ଜୀବଜନ୍ତୁ ଜନବସତି ମୁହାଁ ହେଉଥିବାବେଳେ ଏହିପରି ପରିସ୍ଥିତିରେ ଆଜି ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତା ଉପରକୁ ଏକ ଜଙ୍ଗଲୀ ହାତୀ ଚାଲି ଆସିଥିବା ଦେଖିବାକୁ ମିଳିଛି। ପୂର୍ବରୁ ହାତୀଟି ବ୍ଲକର ଛତ୍ରପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ନିଜର ତାଣ୍ଡବଲୀଳା ଚଳାଇଥିବାବେଳେ ଆଜି ବଡି ଭୋରରୁ ନଙ୍ଗଳବେଡା ଗାଁ ନିକଟସ୍ଥ ଏକ ନୀଳଗିରି ବଣକୁ ଚାଲି ଆସିଥିଲା। ଗାଁର ଅତି ନିକଟରେ ହାତୀଟି ରହିଯିବାରୁ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଏନେଇ ଖବର ପାଇବା ପରେ ବିଶ୍ୱନାଥପୁର ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯିବା ସହିତ ରେଞ୍ଜର ଲକ୍ଷ୍ୟା ମହାନନ୍ଦଙ୍କ ନେତୃତ୍ୱରେ ବନ ବିଭାଗର କର୍ମଚାରୀ, ଏଲିଫ୍ୟାଣ୍ଟ ସ୍କ୍ୱାର୍ଡର କର୍ମକର୍ତ୍ତା ମାନେ ନଙ୍ଗଳବେଡା ଗାଁରେ ପହଞ୍ଚଥିଲେ। ସେହିପରି ଏହି ଗାଁ ନିକଟ ଦେଇ ବିଶ୍ୱନାଥପୁର-ଲାଞ୍ଜିଗଡ ମୁଖ୍ୟ ରାସ୍ତା ଥିବାବେଳେ ଏହି ରାସ୍ତା ଉପର ଦେଇ ହାତୀକୁ ଜଙ୍ଗଲ ମଧ୍ୟକୁ ଘଉଡାଇବାକୁ ବନ ବିଭାଗର କର୍ମଚାରୀମାନେ ନୟାନ୍ତ ହୋଇପଡିଥିଲେ। ପୁଣି ମୁଖ୍ୟ ରାସ୍ତା ଓ ଏହି ରାସ୍ତା ସବୁବେଳେ ଭିଡ ରହୁଥିବାରୁ ବନ ବିଭାଗ ଚିନ୍ତାଗ୍ରସ୍ତ ହୋଇ ପଡିଥିଲା। ଶେଷରେ ଭିଡ ନିୟନ୍ତ୍ରଣ ପାଇଁ ଲାଞ୍ଜିଗଡ ପୁଲିସର ସହାୟତା ନିଆଯାଇଥିଲା। ଲାଞ୍ଜିଗଡ ପୁଲିସ ଭିଡ ନିୟନ୍ତ୍ରଣ ସହିତ ରାସ୍ତାର ଉଭୟ ପାଶ୍ୱର୍ ଖାଲି କରିଥିବାବେଳେ ବନ ବିଭାଗର କର୍ମକର୍ତ୍ତାମାନେ ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡକୁ ଘଉଡାଇଦେଇଥିଲେ। ହାତୀଟି ରାସ୍ତା ଭୁଲି ଏହି ଗାଁ ନିକଟରେ ରହିଯାଇଥିବାବେଳେ ଆଜି କାହାର କିଛି କ୍ଷୟକ୍ଷତି କରିନଥିବା ରେଞ୍ଜର ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories