www.samajalive.in
Saturday, December 13, 2025
26.1 C
Bhubaneswar

ନୃଶଂସ ପୁଅ: ଶିଳପୁଆରେ ଛେଚି ପିତାମାତାଙ୍କୁ ହତ୍ୟା

ବିଶ୍ରା: ବିଶ୍ରା ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ପିତାମାତାଙ୍କୁ ପନିକିରେ ଆକ୍ରମଣ କରିବା ସହିତ ଶିଳପୁଆରେ ଛେଚି ବଡ଼ ପୁଅ ହତ୍ୟା କରିଥିବା ଜଣାପଡ଼ିଛି। ବିଶିପୁର ଗ୍ରାମରେ ଜୟ ସିଂ(୪୦) ତାଙ୍କ ସ୍ତ୍ରୀ, ଛୁଆ, ସାନ ଭାଇ ତଥା ପିତାମାତାଙ୍କ ସହିତ ରୁହନ୍ତି। ଅନେକ ଦିନରୁ ଜୟ ସିଂ, ଜମି ଭାଗ ପାଇଁ ପିତାମାତାଙ୍କ ଉପରେ ଚାପ ପ୍ରୟୋଗ କରି ଆସୁଥିଲେ। କିନ୍ତୁ ମା’ ସାନ ପୁଅର ବିବାହ ପରେ ଜମିଭାଗ କରିବା ବୋଲି କହି ଆସୁଥିଲେ। ଆଜି ସକାଳ ୮ଟା ସମୟରେ ପୁଣି ଜମି ଭାଗ କଥା ଜୟ ସିଂ ଉଠାଇବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ସଙ୍ଗେ ସଙ୍ଗେ ଜୟ ସିଂ ଉତ୍‌କ୍ଷିପ୍ତ ହୋଇ ଏକ ପନିକି ସାହାଯ୍ୟରେ ପିତା ମନବୋଧ ସିଂ (୬୫) ଓ ମାତା ଲୀଳାବତୀ ସିଂ (୫୯)ଙ୍କ ଗଳା କାଟି ଦେଇଥିଲେ।

- Advertisement -

ଏତିକିରେ ରାଗ ଶାନ୍ତ ନହେବାରୁ ଶିଳପୁଆରେ ଉଭୟଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି କାଣ୍ଡ ଘଟାଇ ଜୟ ସିଂ ସେଠାରୁ ଫେରାର ହୋଇଯାଇଥିଲେ। ଏ ସମ୍ପର୍କରେ ଖବରପାଇ ବିଶ୍ରା ଥାନା ଅଧିକାରୀ ବନିତା ମାଝୀ, ଏସ୍‌ଆଇ.ପି.ସେଠୀ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିବାବେଳେ ଥାନାରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଘଟଣାସ୍ଥଳରୁ ହତ୍ୟାକାରୀ ଜୟ ସିଂ ଫେରାର ହୋଇଯାଇଥିବାବେଳେ ପରେ ତାକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories