www.samajalive.in
Saturday, December 13, 2025
26.1 C
Bhubaneswar

ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ: ବ୍ରିଟେନ ସରକାରଙ୍କ ଦାବିକୁ ଦକ୍ଷିଣ ଆଫ୍ରିକାର ଖଣ୍ଡନ

ବ୍ରିଟେନ୍ ପରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ । ଏହାକୁ ନେଇ ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି । ବ୍ରି​‌ଟେନ ସ୍ବାସ୍ଥ୍ୟମନ୍ତ୍ରୀ ମ୍ୟାଟ ହାନକକ୍ ଦକ୍ଷିଣ ଆଫ୍ରିକାରେ ମିଳୁଥିବା ଭୂତାଣୁ ବ୍ରିଟେନ ଭୂତାଣୁଠାରୁ ଅଧିକ ଭୟଙ୍କର ବୋଲି କହିଥିବାବେଳେ ଦକ୍ଷିଣଆଫ୍ରିକା ସରକାର ଏହାକୁ ଖଣ୍ଡନ କରିଛନ୍ତି ।

ନିକଟରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ବ୍ରିଟେନରେ ମିଳୁଥିବା ଷ୍ଟ୍ରେନ୍ ଅପେକ୍ଷା ଏହି ପ୍ରକାର ଦ୍ରୁତ ଗତିରେ ବ୍ୟାପିଥାଏ | ଏଥିରେ ପରିବର୍ତ୍ତନ ମଧ୍ୟ ଶୀଘ୍ର ଘଟେ । ତେବେ  ଦକ୍ଷିଣ ଆଫ୍ରିକାର ସ୍ୱାସ୍ଥ୍ୟମନ୍ତ୍ରୀ ଜୁଲି ମଖାଇଜେ ଗୁରୁବାର ରାତିରେ ଏହାକୁ ଅସ୍ବୀକାର କରିଛନ୍ତି । ସେ  କହିଛନ୍ତି ଯେ ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ 501.V2 (ପ୍ରକାର) ବ୍ରିଟେନର ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହେବାକୁ ଯାଉଛି।  ମାତ୍ର ଏହା ସତ୍ୟ ନୁହେଁ । ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନା ଭୂତାଣୁ ଷ୍ଟ୍ରେନ୍ ବ୍ରିଟେନରେ ଚିହ୍ନିତ ଭୂତାଣୁଠାରୁ ଦୁର୍ବଳ ।

- Advertisement -

ଅନ୍ୟପକ୍ଷରେ ନୂତନ କରୋନା ଭୂତାଣୁ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସାରା ଦେଶରେ ତାଲାବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ  ପରିସ୍ଥିତିକୁ ଶୀଘ୍ର ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଚାଲିଛି।  ସେହିପରି  ଦେଶରେ ଟୀକାକରଣ ଡ୍ରାଇଭ୍ ମଧ୍ୟ ଦ୍ରୁତ ଗତିରେ ଚାଲିଛି | ଏପର୍ଯ୍ୟନ୍ତ ଟୀକାକରଣର ପ୍ରଥମ ମାତ୍ରା ୬ ଲକ୍ଷ ଲୋକଙ୍କୁ ଦିଆଯାଇଛି। ବ୍ରିଟେନ ପ୍ରଥମେ ୟୁରୋପରେ ପି-ଫାଇଜରକୁଅ ନୁମୋଦନ କରିଛି ଓ ଟୀକାକରଣ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଦେଶର ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଟୀକାକରଣ ପ୍ରକ୍ରିୟା ଶେଷ ହେବ।

ତେବେ  ୟୁରୋପୀୟ ଦେଶରେ ଖ୍ରୀଷ୍ଟମାସ ସମୟରେ ଅଧିକ ସଂକ୍ରମଣ ଘଟିପାରେ ବୋଲି ଆଶଙ୍କା କରାଯାଇଛି । ଅଧିକାଂଶ ଦେଶରେ ପ୍ରତିବନ୍ଧକ ବଳବତ୍ତର ରହିଛି । ଇଟାଲୀ ଓ ଜର୍ମାନୀ ତାଲାବନ୍ଦ ରଖାଯାଇଛି । କଡା ନିୟମ ସହିତ ବଡ ସହରରେ ଦୋକାନ ଖୋଲିବାକୁ ଅନୁମୋଦନ କରାଯାଇଛି।  ଅଧିକାଂଶ ଦେଶର ସରକାର ଖ୍ରୀସମାସ ପାଳନ ନିମନ୍ତେ  ଚେତାବନୀ ଦେଇଛନ୍ତି।  ଖ୍ରୀଷ୍ଟମାସରେ ଲୋକମାନେ ଗୋଟିଏ ସ୍ଥାନରେ ଏକାଠି ହେବା ଉଚିତ୍ ନୁହେଁ। ଏହି କାରଣରୁ, ସଂକ୍ରମଣ ଅଧିକ ଦ୍ରୁତ ଗତିରେ ବ୍ୟାପିପାରେ ଏବଂ ପରିସ୍ଥିତି ପୁଣି ଅନିୟନ୍ତ୍ରିତ ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories