www.samajalive.in
Sunday, December 14, 2025
23.1 C
Bhubaneswar

ଶଙ୍କରାଖୋଲରେ ପୁଣି ଚୋରି

ଚକାପାଦ: କନ୍ଧମାଳ ଜିଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କରାଖୋଲ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଛି। ଏନେଇ ଦୋକାନି ମାଲିକ ସନ୍ତୋଷ କୁମାର ଚିନାରା ଟିକାବାଲି ଥାନାରେ ଏକ ଏତଲା ଦେଇଛନ୍ତି।

ଏତଲା ପ୍ରକାରେ, କେସ ନଂ ୮୦ା୨୦ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରେବତି ଶବର ସୂଚନା ଦେଇଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ୍ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିବା ସହିତ ସନ୍ଦେହରେ ୨ ଜଣକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ସେହିଭଳି ପୂର୍ବରୁ ଉକ୍ତ ଦୋକାନ ଓ କିଓଷ୍କ ବ୍ୟାଙ୍କରେ ମଧ୍ୟ ଚୋରି ହୋଇଥିଲା । ବାରମ୍ବାର ଚୋରିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାତ୍ର ପେଟ୍ରୋଲିଂକୁ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories