www.samajalive.in
Sunday, December 14, 2025
23.1 C
Bhubaneswar

ପରୀ ହତ୍ୟାକାଣ୍ଡ ଘଟଣା : ସରୋଜ ଘରେ ଏସ୍ଆଇଟିର ତନାଘନା

ନୟାଗଡ଼ : ପରୀ ହତ୍ୟାକାଣ୍ଡ ମାମଲାରେ ଅଧିକ ପ୍ରମାଣ ଯୋଗାଡ଼ କରିବାରେ ଲାଗି ପଡ଼ିଛି ଏସ୍ଆଇଟି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଆଜି ଯଦୁପୁର ଗାଁରେ ସଦଳବଳ ପହଞ୍ଚି ପୋଖରୀ ଅନୁଧ୍ୟାନ କରିବା ସହିତ ଅଭିଯୁକ୍ତ ସରୋଜ ସେଠୀ ଘରକୁ ଯାଇ ତଦନ୍ତ କରିଛନ୍ତି। ସେଠାରୁ ଏକ ଗାମୁଛା ଜବତ କରି ପରୀକ୍ଷା ପାଇଁ ଫରେନସିକ ଲାବକୁ ପଠାଯାଇଛି।

ଅଭିଯୁକ୍ତ ସରୋଜ ସେଠୀ ପରୀର ତଣ୍ଟି ଚିପି ହତ୍ୟା କରିବା ସମୟରେ ତା’ ନାକରୁ ବାହାରୁ ଥିବା ରକ୍ତ ନିଜ ଗାମୁଛାରେ ପୋଛିଥିବା ଏସଆଇଟି ପକ୍ଷରୁ କୁହାଯାଇଛି। ରକ୍ତ ଦାଗ ଥିବା ଏହି ଗାମୁଛାକୁ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି। ଗାମୁଛା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯିବ ବୋଲି ତଦନ୍ତକାରୀ ଦଳ ପକ୍ଷରୁ କୁହାଯାଇଛି। ଏସ୍ଆଇଟିର ୫ଜଣିଆ ମହିଳା ଟିମ୍ ସରୋଜ ଘରେ ତାର ମା, ଭଉଣୀକୁ ପଚାରଉଚାର କରିଛନ୍ତି। ଏହି ହତ୍ୟାକାଣ୍ଡରେ ସରୋଜ ଏକାକୀ ନା ଆଉ କିଏ ସମ୍ପୃକ୍ତ ତାହା ଅନୁସନ୍ଧାନ କରାଯିବା ସହିତ ପରିବାର ଏହି ଘଟଣାରେ ଜଡ଼ିତ ଥିଲେ ନା ନାହିଁ ତାହା ତଦନ୍ତ କରାଯାଉଛି। ସରୋଜର ୩ ଦିନିଆ ରିମାଣ୍ଡର ଅବଧି ଆସନ୍ତାକାଲି ପୂରି ଯାଉଛି। ଏସ୍ଆଇଟି ହାତରେ ଆଉ ଅଧିକ ସମୟ ନ ଥିବାରୁ ତଦନ୍ତ ଏବଂ ଅନୁସନ୍ଧାନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଯାଉଥିବା ଲକ୍ଷ୍ୟ କରାଯାଉଛି।

- Advertisement -

ଗତକାଲି ପୋଖରୀରୁ ଜରିରେ ବନ୍ଧା ଏକ ଲେଗିନ୍ସ ମିଳିଥିଲା। ଲେଗିନ୍ସ ପରୀର ବୋଲି ଏସ୍ଆଇଟି ସନ୍ଦେହ କରୁଛି। ଏହାକୁ ଲାବୋରେଟୋରୀକୁ ପଠାଯାଇଛି। ଏହାସହିତ ପରୀ ପିନ୍ଧିଥିବା ସୁନା ଲକେଟ କେଉଁଠି ଅଛି ତା’ର ଅନୁସନ୍ଧାନ କରାଯାଉଛି। ପୋଖରୀ ଜଳରେ ଲକେଟ ପଡ଼ିଥିବା ସନ୍ଦେହ କରି ଆଜି ୧୦ ଜଣିଆ ଓଡ୍ରାଫ ଟିମ ପୋଖରୀ ଭିତରେ ଅପେରସନ ଜାରି ରଖିଥିଲେ। ମାତ୍ର ଲକେଟ ମିଳି ନ ଥିଲା। ଦିନ ଗୋଟାଏ ବେଳେ ଓଡ୍ରାଫ ଟିମ ଅପରେସନ ସାରି ଫେରି ଆସିଛି।

ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆସନ୍ତାକାଲି ନୟାଗଡ଼ ଜିଲା ପକସୋ କୋର୍ଟରେ ହାଜର କରାଯିବ। ଏହାପୂର୍ବରୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଏକ ମିସକେସ ଦାଏର କରାଯାଇ ପରୀ ଘଟଣାର ସିବିଆଇ ତଦନ୍ତ,ଅଭିଯୁକ୍ତ କୁହାଯାଇ ଥିବା ସରୋଜର ପରୀକ୍ଷା କରିଥିବା ୨ଜଣ ଡାକ୍ତର ଏବଂ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ ଟେଷ୍ଟ କରାଯିବା ପାଇଁ ପ୍ରାର୍ଥନା କରାଯାଇଛି। ସରୋଜ ପକ୍ଷରୁ ନୟାଗଡ଼ କୋର୍ଟରେ ପୂର୍ବରୁ ଲଢ଼ୁଥିବା ଓକିଲମାନଙ୍କୁ ଆଜି ତା’ର ଜାମିନ ଖାରଜ ସମ୍ବନ୍ଧୀୟ କାଗଜପତ୍ର ମିଳି ନ ଥିବାରୁ ୨ ତାରିଖରେ ହାଇକୋର୍ଟ ଖୋଲିବା ପରେ ସେମାନେ କୋର୍ଟରେ ଆଶ୍ରୟ ନେବେ ବୋଲି ସୂଚନା ମିଳିଛି। ନୟାଗଡ଼ ପକସୋର ସ୍ୱତନ୍ତ୍ର ଜଜ ସରୋଜର ଜାମିନ ଆବେଦନକୁ ଖାରଜ କରି ଦେଇଥିବାରୁ ଏହାକୁ ତା’ର ଓକିଲ ହାଇକୋର୍ଟରେ ଚାଲେଞ୍ଜ କରିବେ ବୋଲି ଜଣାପଡ଼ିଛି। ଆଜି ସମ୍ପୃକ୍ତ ଜଜ ଛୁଟିରେ ରହିଥିବାରୁ ଓକିଲଙ୍କୁ ଏ ସମ୍ପର୍କରେ ଆବଶ୍ୟକ ନଥିପତ୍ର ମିଳି ନାହିଁ। ସେମାନେ ତତ୍କାଳ ହାଇକୋର୍ଟ ଯାଇ ପାରି ନ ଥିବା ଜଣାପଡ଼ିଛି। ଏହି ଘଟଣାରେ ବିବାଦୀୟ ହୋଇପଡ଼ିଥିବା ମନ୍ତ୍ରୀ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାର ସତ୍ୟ ଉନ୍ମୋଚିତ ହେଉ, ତାକୁ ନ୍ୟାୟ ମିଳୁ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories