www.samajalive.in
Thursday, December 11, 2025
15.1 C
Bhubaneswar

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପ୍ରସ୍ତାବ : ସତ୍ବନ୍ତ୍ର କୋର୍ଟ ଖୋଲ, ନେତାଙ୍କର ହେବ ତ୍ବରିତ ବିଚାର

ଭୁବନେଶ୍ବର : ରାଜ୍ୟରେ ସାଂସଦ, ପୂର୍ବତନ ସାଂସଦ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ରହିଥିବା ମାମଲାଗୁଡ଼ିକର ତ୍ବରିତ ଫଇସଲା ପାଇଁ ଖୋଲିବ ସ୍ବତନ୍ତ୍ର କୋର୍ଟ। ଏ ଦିଗରେ ଓଡ଼ିଶା ହାଇକୋର୍ଟ ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ କିଛିଦିନ ପୂର୍ବେ ଏ ସଂକ୍ରାନ୍ତ (ଅଶ୍ବିନୀ କୁମାର ଉପାଧ୍ୟାୟ ଆଣ୍ଡ୍‌ ଅଦର୍ସ ଭରସେସ୍ ୟୁନିୟନ ଅଫ୍‌ ଇଣ୍ଡିଆ ଆଣ୍ଡ୍‌ ଅଦର୍ସ) ମାମଲାର ଶୁଣାଣି କରି ବିଭିନ୍ନ ରାଜ୍ୟରେ ଲୋକପ୍ରତିନିଧିଙ୍କ ବିରୋଧରେ ପଡ଼ିରହିଥିବା ମାମଲାଗୁଡ଼ିକର ଶୀଘ୍ର ସମାଧାନ କିପରି କରାଯାଇପାରିବ ସେ ନେଇ ମତ ରଖିଥିଲେ। ଏ ଦିଗରେ ଓଡ଼ିଶା ହାଇକୋର୍ଟ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ‌ଲୋକପ୍ରତିନିଧିଙ୍କ ବିରୋଧରେ ପଡ଼ିରହିଥିବା ଏକାଧିକ ମାମଲାର ତ୍ବରିତ ଫଇସଲା ଦିଗରେ କି ପଦକ୍ଷେପ ନିଆଯାଇଛି ସେ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲ୍‌ ଓ ରାଜ୍ୟସରକାରଙ୍କୁ ପକ୍ଷ ରଖିବା ପାଇଁ ନିର୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦେଶକ୍ରମେ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସ୍ବତନ୍ତ୍ର କୋର୍ଟ ଓ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ୨୬ା୧୧ା୨୦୨୦ରେ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା। ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକ୍ରମେ ରେଜିଷ୍ଟ୍ରାର ଜେନେରାଲ୍‌ ସତ୍ୟପାଠ ମାଧ୍ୟମରେ ନୂତନ ସ୍ବତନ୍ତ୍ର କୋର୍ଟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ସଂକ୍ରାନ୍ତରେ ଜଣାଇଥିଲେ। ଅପରପକ୍ଷେ ରାଜ୍ୟ ସରକାର ଉଚ୍ଚନ୍ୟାୟାଳୟଙ୍କଠାରୁ ସ୍ବତନ୍ତ୍ର କୋର୍ଟ ସ୍ଥାପନ ଦିଗରେ କୌଣସି ପ୍ରସ୍ତାବ ପାଇନାହାନ୍ତି ବୋଲି ସତ୍ୟପାଠ ମାଧ୍ୟମରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ। ଏହା ପରେ ଉଚ୍ଚନ୍ୟାୟାଳୟ ସ୍ବତନ୍ତ୍ର କୋର୍ଟ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କୁ ଅବଗତ କରାଇବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ନିର୍ଦେଶ ଦେଇଥିଲେ।

- Advertisement -

ସେହିପରି ଗତକାଲି ପୁଣି ହାଇକୋର୍ଟର ରେଜିଷ୍ଟ୍ରାର୍‌ (ଆଡ୍‌ମିନିଷ୍ଟ୍ରେସନ) ଏ ଦିଗରେ ପଦକ୍ଷେପ ନେବାକୁ ରାଜ୍ୟ ଗୃହବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ମଧ୍ୟ ଚିଠି ଲେଖିଥିବା ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟ ଏହି ଘଟଣାକୁ ଗୁରୁତ୍ବର ସହ ନେବା ସହ ଏକ ବର୍ଷ ମଧ୍ୟରେ ଲୋକପ୍ରତିନିଧିଙ୍କ ବିରୋଧରେ ପଡ଼ିରହିଥିବା ମାମଲାଗୁଡ଼ିକର ତ୍ବରିତ ବିଚାର ପାଇଁ କୋର୍ଟ ସ୍ଥାପନ କରିବା ଦିଗରେ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ପ୍ରସ୍ତାବ ଅନୁଯାୟୀ ରାଜ୍ୟର ତିନୋଟି ରାଜସ୍ବ ଜିଲାରେ ଜିଲା ଜଜ୍‌ ପାହ୍ୟାର ଜଜ୍‌ଙ୍କୁ ନେଇ ତିନୋଟି କୋର୍ଟ କରାଯିବ।

ସେହିପରି ତିନୋଟି ଜିଲାକୁ ମିଶାଇ ଜୋନ୍‌ରେ ବିଭକ୍ତ କରାଯିବ ଓ ସେଠାରେ ସିଭିଲ୍‌ ଜଜ୍‌ ପାହ୍ୟାର ଜଜ୍‌ଙ୍କୁ ନେଇ ସ୍ବତନ୍ତ୍ର କୋର୍ଟ ଖୋଲାଯିବ। ତେବେ ଏ ଦିଗରେ ରାଜ୍ୟ ସରକାର ଯେତେ ଶୀଘ୍ର ହାଇକୋର୍ଟଙ୍କ ପ୍ରସ୍ତାବକୁ ଗ୍ରହଣ କରି ସ୍ବତନ୍ତ୍ର କୋର୍ଟ ଖୋଲିବା ପାଇଁ ପଦକ୍ଷେପ ନେବେ ସେତେ ଶୀଘ୍ର ବିଭିନ୍ନ ଲୋକପ୍ରତିନିଧିଙ୍କ ବିରୋଧରେ ପଡ଼ିରହିଥିବା ମାମଲାର ଫଇସଲା ହୋଇପାରିବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories