www.samajalive.in
Tuesday, December 9, 2025
19.1 C
Bhubaneswar

ପଥର ଖଣି ଉପରେ ତହସିଲଦାରଙ୍କ ରାତି ଅଧିଆ ଚଢ଼ାଉ; ୯ଟି ପଥର ବୋଝେଇ ଟ୍ରକ ଜବତ

ବେଗୁନିଆ: ବେଗୁନିଆରେ ନୂତନ ତହସିଲଦାର ଭାବେ ପୃଥ୍ୱୀରାଜ ମଣ୍ଡଳ ଯୋଗ ଦେବା ପରେ ପଥର ମାଫିଆଙ୍କ ମଧ୍ୟରେ ଛନକା ପଶିଥିଲା। ଫଳରେ ପଥର ଚାଲାଣରେ ରୋକ ଲାଗିବା ସହିତ ପଥର ଚାଲାଣ ବନ୍ଦ ହୋଇଯାଇଥିଲା । କିନ୍ତୁ ଇତି ମଧ୍ୟରେ ତହସିଲଦାର ଶ୍ରୀ ମଣ୍ଡଳ ରାତି ଅଧିଆ ପଥର ଚାଲାଣ ହେଉଥିବାର ଖବର ପାଇ ଆଜି ରାତି ୯ଟା ସମୟରେ ବିଭିନ୍ନ ପଥର ଖଣି ଉପରେ ୪ଟି ସର୍କଲ ଆରଆଇ ଏବଂ କାର୍ୟ୍ୟାଳୟର କର୍ମଚାରୀମାନଙ୍କୁ ଧରି ଚଢ଼ାଉ କରିଥିଲେ। ଏହି ସମୟରେ ଅଟ୍ରି ପଣସବସ୍ତ ନିକଟରେ ଆସୁଥିବା ୧୦ଟି ପଥର ବୋଝେଇ ଟ୍ରକ ଏବଂ ୨ଟି ୪୦୭ ମିନି ଟ୍ରକକୁ ବିନା ପୋଲିସ ସହାୟତାରେ ଜବତ କରି ଆଣି ଆସୁଥିବାବେଳେ ବାଘମାରୀ ପୋଲିସକୁ ଫୋନ କରିଥିଲେ। କିନ୍ତୁ ବାଘମାରୀ ପୋଲିସ ଆମ ଏରିଆ ନୁହଁ କହି ଘଟଣାକୁ ଏଡାଇ ଯାଇଥିବା ବେଳେ କିଛି ସମୟ ପରେ ୨ଜଣ କର୍ମଚାରୀ ଥାନା ଗାଡି ଧରି ଆସି ଘଟଣା ସ୍ଥଳରେ ପହଞ୍ଚି ସେଥି ମଧ୍ୟରୁ ୩ଟି ଗାଡିକୁ ଖସାଇବାରେ କୁଆଡେ ସାହାଯ୍ୟ କରିଥିଲେ ବୋଲି କର୍ମଚାରୀମାନଙ୍କ ଠାରୁ ଶୁଣିବାକୁ ମିଳିଥିଲା। କିନ୍ତୁ ତହସିଲଦାର ଉକ୍ତ ଗାଡିଗୁଡିକୁ ବିନା ପୋଲିସ ସହାୟତାରେ ପିଛା କରିଥିଲେ ମଧ୍ୟ ସେମାନେ ଦ୍ରୁତ ଗତିରେ ଗାଡି ଚଳାଇ ବାଙ୍କୀ ଅଂଚଳରେ ପଶି ଯାଇଥିଲେ। ଅନ୍ୟ ୯ଟି ଟ୍ରକକୁ ତହସିଲଦାର ଜବତ କରି କାର୍ୟ୍ୟାଳୟ ଭିତରେ ରଖିଥିବା ଜଣା ପଡ଼ିଛି ।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories