www.samajalive.in
Wednesday, December 10, 2025
14.1 C
Bhubaneswar

ସିବିଆଇ ବିରୋଧରେ ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ମଧ୍ୟସ୍ଥଙ୍କ ଅଭିଯୋଗ

ନୂଆଦିଲ୍ଲୀ : ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର ଟେଣ୍ଡର ଦୁର୍ନୀତିର ସନ୍ଦିଗ୍ଧ ମଧ୍ୟସ୍ଥ କ୍ରିଷ୍ଟିଆନ ମିସେଲ ସିବିଆଇ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ମଙ୍ଗଳବାର କ୍ରିଷ୍ଟିଆନ କହିଛନ୍ତି ଯେ ଏହି ଦୁର୍ନୀତି ମାମଲାରେ ସୋନିଆ ଗାନ୍ଧୀ ଓ କଂଗ୍ରେସର ରାଜ୍ୟସଭା ସାଂସଦ ଅହମ୍ମଦ ପଟେଲଙ୍କୁ ସମ୍ପୃକ୍ତ କରାଇଲେ ସିବିଆଇ ତାଙ୍କୁ ମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲା। ସୋନିଆ ଓ ଅହମ୍ମଦ ଦୁର୍ନୀତିରେ ସମ୍ପୃକ୍ତି ନେଇ ଲିଖିତ ଭାବେ ଜଣାଇବାକୁ ସିବିଆଇ ତାଙ୍କୁ କହିଥିଲା ବୋଲି କ୍ରିଷ୍ଟିଆନ କହିଛନ୍ତି। ଏ ନେଇ ସିବିଆଇ ଅଧିକାରୀଙ୍କୁ ଭେଟିଥିବାର ସିସିଟିଭି ଫୁଟେଜ ତାଙ୍କ ପାଖରେ ରହିଥିବା ସେ କହିଛନ୍ତି। ସୋନିଆଙ୍କ କୋଡ ୱାର୍ଡ ‘ଫାମିଲି’ ଓ ଅହମ୍ମଦ ପଟେଲଙ୍କ ପାଇଁ କୋଡ ୱାଡ ‘ଏପି’ ବ୍ୟବହାର କରିବାକୁ କୁହାଯାଇଥିଲା।
କ୍ରିଷ୍ଟିଆନଙ୍କ ଓକିଲ ଏ ପ୍ରସଙ୍ଗରେ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଓକିଲ ଜଣଙ୍କ କହିଛନ୍ତି ଯେ ତାଙ୍କ ମହକିଲଙ୍କ ଉପରେ ଭାରତୀୟ ଓ ୟୁଏଇ କର୍ତ୍ତୃପକ୍ଷ ଚାପ ପକାଇଥିଲେ। କ୍ରିଷ୍ଟିଆନଙ୍କୁ ତାଙ୍କ ବୟାନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନାମ ନେବାକୁ ବାରମ୍ବାର ଚାପ ପକାଯାଇଥିଲା। ତେବେ କ୍ରିଷ୍ଟିଆନଙ୍କ ଏପରି ଅଭିଯୋଗକୁ ସିବିଆଇ ଅଗ୍ରାହ୍ୟ କରିଛି। ସିବିଆଇ କହିଛି ଯେ ୨୦୧୭ ଫେବୃଆରୀରେ ୟୁଏଇ କର୍ତ୍ତୃପକ୍ଷ କ୍ରିଷ୍ଟିଆନଙ୍କୁ ଗିରଫ କରିଥିଲା। ସେବେଠାରୁ ତାଙ୍କୁ ସିବିଆଇ ଜେରା କରି ନାହିଁ କି ତାଙ୍କ ଉପରେ କୌଣସି ଚାପ ପକାଇ ନାହିଁ। କ୍ରିଷ୍ଟିଆନଙ୍କୁ ୟୁଏଇରୁ ଭାରତ ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଚାଲିଛି ବୋଲି ସିବିଆଇ ମୁଖପାତ୍ର ଅଭିଷେକ ଦୟାଲ କହିଛନ୍ତି। ସେ କହିଛନ୍ତି ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ ମାମଲାରେ ସିବିଆଇ ଅଭିଯୋଗଫର୍ଦ ଦାଖଲ କରିଛି। ଅଭିଯୋଗଫର୍ଦରେ ବାୟୁସେନାର ପୂର୍ବତନ ମୁଖ୍ୟ ଏସପି ତ୍ୟାଗୀଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଭଳି ଭିଭିଆଇପିଙ୍କ ବ୍ୟବହାର ଲାଗି ଭାରତ ସରକାର ୧୦ଟି ହେଲିକପ୍ଟର କିଣିବାକୁ ଟେଣ୍ଡର ଆହ୍ୱାନ କରିଥିଲେ। ଆଗୁସ୍ତା ୱେଷ୍ଟଲ୍ୟାଣ୍ଡ କମ୍ପାନୀ ଜାଲିଆତି କରି ଏହି ଟେଣ୍ଡର ହାସଲ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories