www.samajalive.in
Tuesday, December 9, 2025
15.1 C
Bhubaneswar

ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ଦାବି ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ଜଷ୍ଟିସ ବିଏଚ୍‍ ଲୋୟାଙ୍କ ମୃତ୍ୟୁର ତଦନ୍ତ ପାଇଁ ଏସଆଇଟି ଗଠନ ଦାବି କରି ହୋଇଥିବା ଏକ ସମୀକ୍ଷା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଗ୍ରାହ୍ୟ କରିଦେଇଛନ୍ତି। ଗତ ଏପ୍ରିଲରେ ସୁପ୍ରିମକୋର୍ଟ ଉକ୍ତ ଏସଆଇଟି ଗଠନ ଦାବିକୁ ଅଗ୍ରାହ୍ୟ କରିଥିବାବେଳେ ଏହାର ସମୀକ୍ଷା କରିବା ପାଇଁ ଆବେଦନ କରାଯାଇଥିଲା। ମାତ୍ର ସୁପ୍ରିମକୋର୍ଟ ତାଙ୍କ ପୂର୍ବ ରାୟକୁ ବଳବତ୍ତର ରଖିବା ପୂର୍ବକ ସମୀକ୍ଷା ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜଷ୍ଟିସ ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ଥିଲା। ଏହାର ତଦନ୍ତ ପାଇଁ ଏସ୍‍ଆଇଟି ଗଠନ ଦାବି ଏକ ରାଜନୈତିକ ଚକ୍ରାନ୍ତ।
ବମ୍ବେ ଓକିଲ ସଂଘ ପକ୍ଷରୁ ଏସଆଇଟି ଗଠନ ଦାବି କରି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱ ସୁପ୍ରିମକୋର୍ଟ ଏହାକୁ ଏପ୍ରିଲରେ ଅଗ୍ରାହ୍ୟ କରିଥିଲେ। ମଙ୍ଗଳବାର ମଧ୍ୟ ସୁପ୍ରିମକୋର୍ଟଙ୍କ ଅନୁରୂପ ପୀଠ ସମୀକ୍ଷା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ସମୀକ୍ଷା ଆବେଦନକୁ ବରିଷ୍ଠ ଓକିଲ ଦୁଷ୍ୟନ୍ତ ଡାଭେ ଦାୟର କରିଥିଲେ। ବିଜେପି ଅଧ୍ୟକ୍ଷ ଅମିତ ଶାହା ଅଭିଯୁକ୍ତ ଥିବା ସୋରାବୁଦ୍ଦିନ ଶେଖ ଗୁଳିବିନିମୟ ମାମଲା ଉପରେ ଜଷ୍ଟିସ ଲୋୟା ବିଚାର କରୁଥିଲେ। ୨୦୧୪ ଡିସେମ୍ବର ୧ରେ ଜଷ୍ଟିସ ଲୋୟାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories