ଚେନ୍ନଇ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଡିଏମ୍କେ ମୁଖ୍ୟ କରୁଣାନିଧିଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ମୁତ୍ରାଶୟ ସଂକ୍ରମଣ ଓ ବୟସାଧିକ କାରଣରୁ ଅସୁସ୍ଥ କରୁଣା ଏବେ ସ୍ଥାନୟୀ କାବେରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କରୁଣାନିଧିଙ୍କୁ ସାକ୍ଷାତ ପରେ ରାହୁଲ ସାମ୍ବାଦିକଙ୍କୁ କହିଥିଲେ ଯେ ଡିଏମ୍କେ ମୁଖ୍ୟ ଏବେ ସୁସ୍ଥ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରାଏନ, କଂଗ୍ରେସ ନେତା ପି ଚିଦମ୍ବରମ୍ ପ୍ରମୁଖ କରୁଣାଙ୍କୁ ହସ୍ପିଟାଲରେ ଭେଟିଥିଲେ। ଅସୁସ୍ଥତା କାରଣରୁ ଶନିବାର ଠାରୁ କରୁଣାନିଧି ଏହି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
Popular Categories



