www.samajalive.in
Saturday, December 13, 2025
26.1 C
Bhubaneswar

ବନ୍ଧୁଙ୍କୁ ବୃକକ୍‍ ଦାନ ପାଇଁ ପରିବାର ବିରୋଧରେ ଆଇନଗତ ଲଢେଇ ଜିତିଲେ ମହିଳା

ବେଙ୍ଗାଲୁରୁ : କୁହାଯାଏ, ଆବଶ୍ୟକତା ସମୟରେ ସମସ୍ତ ପ୍ରତିବନ୍ଧକକୁ ପଛରେ ପକାଇ ସହଯୋଗ କରୁଥିବା ବନ୍ଧୁ ହିଁ ବାସ୍ତବ ବନ୍ଧୁ। ଏମିତି ନିଃସର୍ତ୍ତ ବନ୍ଧୁତ୍ୱର ବିରଳ ନିଦର୍ଶନ ଉପସ୍ଥାପନ କରିଛନ୍ତି ରାଜସ୍ଥାନର ବର୍ଷା ଶର୍ମା ନାମ୍ନୀ ୪୮ ବର୍ଷ ବୟସ୍କା ଜଣେ ମହିଳା। ଭାରତୀୟ ସେନାରେ କାର୍ଯ୍ୟରତ ନିଜର ଜଣେ ବନ୍ଧୁଙ୍କୁ ବୃକକ୍‍ ଦାନ ନିମନ୍ତେ ସେ ନିଜ ପରିବାର ସହିତ ଆଇନଗତ ଲଢେଇ ଲଢିବାକୁ ପଛେଇ ନାହାନ୍ତି। ଏହି ଲଢେଇରେ ବିଜୟ ପରେ ବନ୍ଧୁ ତଥା କର୍ଣ୍ଣେଲ ପଙ୍କଜ ଭାର୍ଗବଙ୍କୁ ସେ ନିଜ ବୃକକ୍‍ ଦାନ କରିଛନ୍ତି। କଲମ୍ବିଆ ଏସିଆ ଡାକ୍ତରଖାନାଠାରେ ଶୁକ୍ରବାର ପଙ୍କଜଙ୍କ ଶରୀରରେ ବର୍ଷାଙ୍କ ବୃକକ୍‍ର ସଫଳ ପ୍ରତିରୋପଣ କରାଯାଇଛି। ବନ୍ଧୁଙ୍କୁ ବୃକକ୍‍ ଦାନ କରିବା ନିମନ୍ତେ ବର୍ଷା ୨୦୧୭ ଅକ୍ଟୋବରରୁ ପ୍ରସ୍ତୁତି ଆରମ୍ଭ କରିଥିଲେ ଏବଂ ନିଜର ୨୧ କିଲୋଗ୍ରାମ ଓଜନ ମଧ୍ୟ ହ୍ରାସ କରିଥିଲେ; କିନ୍ତୁ ଏ ନେଇ ତାଙ୍କୁ ତାଙ୍କ ପରିବାର ଲୋକେ ପ୍ରବଳ ବିରୋଧ କରିଥିଲେ। ପରିବାରର ନିବେଦନ କ୍ରମେ ଏପ୍ରିଲ ୧୦ରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅଙ୍ଗ ଦାନ ସମ୍ବନ୍ଧୀୟ କମିଟି ଏବଂ ଡାକ୍ତରଖାନାକୁ ଚିଠି ଲେଖି ବର୍ଷାଙ୍କ ବୃକକ୍‍ ଦାନ ପ୍ରକ୍ରିୟା ରୋକି ଦେଇଥିଲେ। ବର୍ଷା ଅନନ୍ୟୋପାୟ ହୋଇ ଶେଷରେ କୋର୍ଟଙ୍କ ଆଶ୍ରୟ ନେଇଥିଲେ। ଏ ନେଇ ସେ ସର୍ବପ୍ରଥମେ ‘ଗିଫ୍ଟ ଅଫ୍‍ ଲାଇଫ୍‍ ଆଡ୍‍ଭେଞ୍ଚର ଫାଉଣ୍ଡେସନ’ର ପ୍ରତିଷ୍ଠାତା ଅନୀଲ ଶ୍ରୀବାସ୍ତବଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀବାସ୍ତବ ନିଜେ ଜଣେ ଅଙ୍ଗ ଦାନକାରୀ କରିଛନ୍ତି। ଏଣୁ ପରିବାର ବିରୋଧରେ ଆଇନର ଆଶ୍ରୟ ନେବାରେ ବର୍ଷାଙ୍କୁ ସେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଗୋଟିଏ ଦିନ ମଧ୍ୟରେ ମାମଲାର ସମାଧାନ କରିବାକୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ କମିଟି ମାସାଧିକ ସମୟ ନେଇଥିଲା। ଅଙ୍ଗଦାନକାରୀ ତଥା ଗ୍ରହଣକାରୀଙ୍କ ପାରିବାରିକ ଇତିହାସ ସମ୍ବନ୍ଧରେ ତଥ୍ୟ ସଂଗ୍ରହରେ ପୁଲିସର ବିଳମ୍ବ ଯୋଗୁ ମାମଲାର ସମାଧାନ ଡେରି ହୋଇଥିଲା ବୋଲି କମିଟିର ଅଧ୍ୟକ୍ଷ ଡାକ୍ତର ଭାନୁ ମୂର୍ତ୍ତି କହିଛନ୍ତି। ଗତ ସପ୍ତାହରେ କମିଟି ଏହାର ଚୂଡାନ୍ତ ରିପୋର୍ଟ ଦେବା ପରେ ବର୍ଷାଙ୍କୁ ଅଙ୍ଗଦାନ ଅନୁମତି ମିଳିଥିଲା। ବୃକକ୍‍ ପ୍ରତିରୋପଣ ପରେ ଉଭୟ ଦାତା (ବର୍ଷା) ଏବଂ ଅଙ୍ଗଗ୍ରହଣକାରୀ (ପଙ୍କଜ) ସୁସ୍ଥ ଅଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories