ନୂଆଦିଲ୍ଲୀ : ବଲିଉଡ୍ର ବେବୋ ‘କରୀନା କପୁର ଖାନ୍’ ତାଙ୍କ ପ୍ରଶଂସକମାନଙ୍କୁ ଏକ ଶୁଭସମ୍ବାଦ ଦେବାକୁ ଯାଉଛନ୍ତି। ଖୁବଶୀଘ୍ର ସେ ପରଦାରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ। ଏହି ଯୋଡି ପୂର୍ବରୁ ବଲିଉଡ୍କୁ ଅନେକ ସୁପର ହିଟ୍ ସିନେମା ଦେଇଛନ୍ତି।
ଏହି ଚଳଚ୍ଚିିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର ଓ କରୀନା କପୁର ଖାନ୍ ଅଭିନୟ କରୁଛନ୍ତି। ଧର୍ମା ପଯୋଜନା ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି। ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ ‘ରାଜ୍ ମେହତା’। ‘ହମ୍ପ୍ଟି ଶର୍ମା କି ଦୁଲ୍ହନିଆ’ ଏବଂ ‘ବଦ୍ରୀନାଥ କି ଦୁଲ୍ହନିଆ’ରେ ସହନିର୍ଦେଶକ ଭାବେ କାର୍ଯ୍ୟ କରିଥିବା ‘ରାଜ୍ ମେହତା’ ପ୍ରଥମଥର ପାଇଁ ଏହି ଚଳଚ୍ଚିତ୍ରରେ ନିର୍ଦେଶନା ଦେବେ। ଏହି ଚଳଚ୍ଚିତ୍ରରେ ‘ପ୍ୟାର କା ପଞ୍ଚନାମା’ର ଅଭିନେତା ‘କାର୍ତ୍ତିକ ଆୟନ’ମଧ୍ୟ ନଜର ଆସିବେ।
କରୀନାଙ୍କ ପ୍ରଶଂସକଙ୍କ ପାଇଁ ‘ଗୁଡ୍ ନ୍ୟୁଜ୍’
Popular Categories



