www.samajalive.in
Tuesday, December 9, 2025
16.1 C
Bhubaneswar

ରାଫେଲ ବୁଝାମଣାକୁ ବୋଫର୍ସ ସହ ତୁଳନା କରି ନିଜ ଦୁର୍ନୀତି ସ୍ୱୀକାର କଲା କଂଗ୍ରେସ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ୱାରା ହୋଇଥିବା ରାଫେଲ ଯୁଦ୍ଧ ବିମାନ କିଣା ରାଜିନାମାକୁ କଂଗ୍ରେସ ବୋଫର୍ସ ତୋପ କିଣା ଦୁର୍ନୀତି ସହିତ ତୁଳନା କରିଛି। କଂଗ୍ରେସ ମୁଖପତ୍ର ନ୍ୟାସନାଲ ହେରାଲ୍ଡ ଏହାର ହେଡ ଲାଇନରେ ରାଫେଲକୁ ମୋଦୀଙ୍କ ବୋଫର୍ସ ବୋଲି ଉଲ୍ଲେଖ କରିଛି। ବୋଫର୍ସ ତୋପ କିଣା ଦୁର୍ନୀତିକୁ କେବେହେଲେ ସ୍ୱୀକାର କରି ନଥିବା କଂଗ୍ରେସ ଏହାଦ୍ୱାରା ପରୋକ୍ଷରେ ନିଜର ଦୋଷକୁ ସ୍ୱୀକାର କରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ବୋଫର୍ସ ଦୁର୍ନୀତି ହୋଇଥିଲା। ଏହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏନଡିଏ ସରକାର ଫ୍ରାନ୍ସ ଠାରୁ ରାଫେଲ ଯୁଦ୍ଧ ବିମାନ କିଣିବା ପାଇଁ କରିଥିବା ରାଜିନାମା ପଛରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ବିରୋଧୀ କଂଗ୍ରେସ ନିର୍ବାଚନ ଋତୁ ପାଇଁ ବଡ ଅସ୍ତ୍ର କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories