www.samajalive.in
Friday, December 12, 2025
19.1 C
Bhubaneswar

ବିଶ୍ୱ ସମୁଦାୟକୁ ଭାରତୀୟ ପ୍ରତିଭାରେ ବିନିଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ସମୁଦାୟକୁ ଭାରତୀୟ ପ୍ରତିଭାରେ ବିନିଯୋଗ ଓ ଦେଶର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଆନ୍ତର୍ଜାତୀୟ ବିଜ୍ଞାନ ମହୋତ୍ସବ ୨୦୨୦ର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ବିଜ୍ଞାନ, ବୈଷୟିକଜ୍ଞାନ ଓ ନବୀକରଣ କ୍ଷେତ୍ରରେ ଭାରତର ଯଥେଷ୍ଟ ଦକ୍ଷତା ରହିଛି। ସେ କହିଛନ୍ତି, ଆନ୍ତର୍ଜାତିକ ସମସ୍ୟାଗୁଡ଼ିକର ସମାଧାନରେ ଭାରତର ବୈଷୟିକ ଜ୍ଞାନ କ୍ଷେତ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆଗରେ ରହିଛି। ସେ କହିଛନ୍ତି ଯେ ସରକାର ଯେକୌଣସି ଆହ୍ୱାନର ସମାଧାନ ତଥା ଦେଶର ଗବେଷଣା ପରିସ୍ଥିତିରେ ଉନ୍ନତି ଆଣିବାକୁ ପ୍ରସ୍ତୁତ ଅଛନ୍ତି। ଭାରତକୁ ଅଗ୍ରସର କରାଇବା ଏବଂ କରୋନା ବିରୋଧରେ ଲଢେଇରେ ଭଲ ସ୍ଥିତିରେ ଥିବାରୁ ସେ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତର ସମୃଦ୍ଧ ପରମ୍ପରା ରହିଛି।

ଶ୍ରୀ ମୋଦୀ କହିଛନ୍ତି, ଆମର ସମସ୍ତ ପ୍ରୟାସ ଭାରତକୁ ବୈଜ୍ଞାନିକ ଶିକ୍ଷା ପାଇଁ ସବୁଠାରୁ ବିଶ୍ୱସ୍ତ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥି ସହିତ ସରକାର ଚାହୁଁଛନ୍ତି ଯେ ବୈଜ୍ଞାନିକ ସମ୍ପ୍ରଦାୟ ସର୍ବଶ୍ରେଷ୍ଠ ବିଶ୍ୱ ପ୍ରତିଭା ସହିତ ଅଂଶୀଦାର ହୁଅନ୍ତୁ ଯାହା ଫଳରେ ଦେଶରେ ବୈଜ୍ଞାନିକ ବାତାବରଣ ବୃଦ୍ଧି ପାଇବ। ସେ କହିଛନ୍ତି ଯେ ନୂତନ ଜାତୀୟ ଶିକ୍ଷା ନୀତି ପିଲାଦିନରୁ ବୈଜ୍ଞାନିକ ସ୍ୱଭାବ ବୃଦ୍ଧି କରିବାରେ ସହାୟକ ହେବ।

- Advertisement -

ଶ୍ରୀ ମୋଦୀ କହିଛନ୍ତି, ମହାକାଶ କ୍ଷେତ୍ରରେ ଭାରତ ଯେଭଳି ଅଗ୍ରଗତି ହାସଲ କରିଛି, ଠିକ୍‍ ସେହିଭଳି ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିପାରିଛି। ସମସ୍ତଙ୍କ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ଲାଭ ଉପରେ ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଗରିବ ଶ୍ରେଣୀର ଲୋକଙ୍କୁ ସରକାରଙ୍କ ସହ ଯୋଡିଛି। ସେ କହିଛନ୍ତି, ଡିଜିଟାଲ ଅଗ୍ରଗତି ସହିତ ଭାରତ ବିଶ୍ୱରେ ଉନ୍ନୀତ-ବୈଷୟିକ ଶକ୍ତିର ବିବର୍ତ୍ତନ ଏବଂ ବିପ୍ଳବର କେନ୍ଦ୍ର ପାଲଟିଛି। ଏହି ଅବସରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

Hot this week

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

Related Articles

Popular Categories