www.samajalive.in
Friday, December 12, 2025
15.1 C
Bhubaneswar

ପୂର୍ବତନ ସହକର୍ମୀଙ୍କୁ ଅସଦାଚରଣ ମାମଲା: ଗିରଫ ପରେ ଜାମିନରେ ମୁକୁଳିଲେ କଂଗ୍ରେସ ଆଇଟି ସେଲ୍‍ ସଦସ୍ୟ

ନୂଆଦିଲ୍ଲୀ : ପୂର୍ବତନ ସହକର୍ମୀଙ୍କୁ ଅସଦାଚରଣ ମାମଲାରେ କଂଗ୍ରେସ ଆଇଟି ସେଲ୍‍ର ସଦସ୍ୟ ଚିରାଗ ପଟ୍ଟନାୟକ ଦିଲ୍ଲୀ ପୁଲିସ ଦ୍ୱାରା ଗିରଫ ହେବା ପରେ ଜାମିନରେ ମୁକୁଳିଛନ୍ତି। ଉତ୍ତର ଆଭେନ୍ୟୁ ଥାନାରେ ଜୁଲାଇ ୩ରେ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗରେ ଏଫ୍‍ଆଇଆର୍‍ ରୁଜୁ ହୋଇଥିଲା। ସିଆର୍‍ପିସି ଧାରା ୧୬୪ ଅଧୀନରେ ଜଣେ ମାଜିଷ୍ଟ୍ରେଟ୍‍ଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ପରେ ସୋମବାର ରାତିରେ ଦିଲ୍ଲୀ ପୁଲିସ ତାଙ୍କୁ ଉତ୍ତର ଆଭେନ୍ୟୁ ଅଞ୍ଚଳରୁ ଗିରଫ କରିଥିଲା; କିନ୍ତୁ ଗିରଫ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଜାମିନ ମିଳିଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି। ସୂଚନା ମୁତାବକ ପୀଡ଼ିତା କଂଗ୍ରେସ ସାମାଜିକ ଗଣମାଧ୍ୟମ ସେଲ୍‍ର ପୂର୍ବତନ ସଦସ୍ୟ। ସେ ଦିଲ୍ଲୀ ପୁଲିସ କମିସନର ଅମୁଲ୍ୟ ପଟ୍ଟନାୟକ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏ ସମ୍ବନ୍ଧରେ ଇମେଲ୍‍ କରିଥିଲେ। ପଟ୍ଟନାୟକଙ୍କ ବିରୋଧରେ ପ୍ରଥମଥର ଲାଗି ଏଭଳି ଅଭିଯୋଗ ଉଠିଛି ବୋଲି କଂଗ୍ରେସ ଡିଜିଟାଲ ମିଡିଆ ଦଳର ମୁଖ୍ୟ ଦିବ୍ୟ ସ୍ପନ୍ଦନ କହିଥିଲେ। ପରେ ସେ ପଟ୍ଟନାୟକଙ୍କ ସମର୍ଥନରେ ୩୯ ଜଣ କଂଗ୍ରେସ କର୍ମୀଙ୍କ ଦସ୍ତଖତ ସମ୍ବଳିତ ବିବୃତି ଟ୍ୱିଟ୍‍ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories