www.samajalive.in
Saturday, December 13, 2025
26.1 C
Bhubaneswar

୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସଚ୍ଚିବାଳୟରେ ଭିଡ଼ିଓ କନ୍‍ଫେରେନ୍‍ସିଂ ଜରିଆରେ ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର(ୱେ ସାଇଡ଼୍‍ ଆମେନିଟିଜ୍‍ ସେଣ୍ଟର) ଉଦ୍‍ଘାଟନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ଦୂରଦୂରାନ୍ତକୁ ଯାଉଥିବା ଲୋକମାନଙ୍କ ଯାତ୍ରା ସୁବିଧାଜନକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମଙ୍ଗଳବାର ଉଦ୍‍ଘାଟିତ ହୋଇଥିବା ୩୪ଟି ସୁବିଧା କେନ୍ଦ୍ର ମଧ୍ୟରୁ ୫ଟି ସୁବିଧା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଭିଡ଼ିଓ କନ୍‍ଫେରେନ୍‍ସିଂ ଜରିଆରେ ସିଧାସଳଖ ଉଦ୍‍ଘାଟନ କରିଥିବା ବେଳେ ଅନ୍ୟ କେନ୍ଦ୍ରଗୁଡ଼ିକୁ ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକମାନେ ଉଦ୍‍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାର ଯାତମୁଣ୍ଡେଇ ଛକ, ଯାଜପୁରର ଡୁବୁରୀ-କଳିଙ୍ଗ ନଗର, ନୟାଗଡ଼ର ଓଡ଼ଗାଁ, ସମ୍ବଲପୁରର ଧମା ଓ ଢେଙ୍କାନାଳର କପିଳାସ ସୁବିଧା କେନ୍ଦ୍ର ଗୁଡ଼ିକୁ ସିଧାସଳଖ ଉଦଘାଟନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯାତ୍ରୀ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ଏହି କେନ୍ଦ୍ର ଗୁଡ଼ିକର ବିକାଶ କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକ ପର୍ଯ୍ୟଟକ, ମହିଳା ଓ ଭିନ୍ନକ୍ଷମ ଯାତ୍ରୀ ମାନଙ୍କ ପାଇଁ ବହୁତ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଗାମୀ ଦିନରେ ରାଜ୍ୟର ସମସ୍ତ ପର୍ଯ୍ୟଟନ କେନ୍ଦ୍ର ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ଏଭଳି କେନ୍ଦ୍ରର ବିକାଶ କରାଯିବ। ଏହି କେନ୍ଦ୍ର ଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ପୂର୍ତ୍ତବିଭାଗକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ ଯେ ରାଜ୍ୟରେ ବର୍ତ୍ତମାନ ନିର୍ମାଣଧୀନ ୫୦ଟି ସୁବିଧା କେନ୍ଦ୍ର ମଧ୍ୟରୁ ୩୪ଟିର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏଗୁଡ଼ିକରେ ଶୌଚାଳୟ, କ୍ୟାଫେଟେରିଆ, ପାନୀୟ ଜଳ ଓ ପାର୍କିଂର ସୁବିଧା ରହିଛି। ଆଗାମୀ ଦିନରେ ଏହି ସ୍ଥାନ ଗୁଡ଼ିକରେ ଅଧିକ ବିକାଶ କରାଯିବ।

- Advertisement -

ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ପର୍ଯ୍ୟଟନ  ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।  ପୂର୍ତ୍ତ ସଚିବ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories