www.samajalive.in
Sunday, December 14, 2025
23.1 C
Bhubaneswar

କୁରାଳ ପଞ୍ଚମୀ ପାଇଁ କୁମ୍ଭକାର ପରିବାର ଉତ୍ସବ ମୁଖର: ପୂଜା ପାଉଛି ମାଟି ଉଆ, ଚକ ଓ ପିଟଣା

ପିପିଲି:ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଶନିବାର ଠାରୁ ପବିତ୍ର କୁରାଳ ପଞ୍ଚମୀ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏଥି ପାଇଁ ପିପିଲି ବ୍ଲକର ନୂଆଶାସନ, ସଠସ, ବନ୍ତଳସିଂ, ଜୟପୁର, ମାଧିପୁର, ଜଗନ୍ନାଥପୁର, ସହଜପୁର, ଯଶୁଆପୁର, ଯୋପନ, ପୋଡଙ୍ଗ, ମାଟିସାହି, କାଜିପାଟଣା ଓ ନିଜିଗଡକୁରୁଖି ମୁଦୁଲିସାହି ଆଦି ଗ୍ରାମର କୁମ୍ଭକାର ପରିବାର ଉତ୍ସବ ମୁଖର ହୋଇଉଠିଛି। ପୁରୁଣା ପରମ୍ପରା ଓ ରୀତିନୀତି ଅନୁଯାଇ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହର ସହ ୫ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ପ୍ରତ୍ୟେକ ଘରେ ଉଆ (ମାଟିପାତ୍ରକୁ ପୋଡା ଯାଉଥିବା ଭାଟି), ଚକ, ପିଟଣା ଓ ପିଣ୍ଡ ଆଦିକୁ ଅତ୍ୟନ୍ତ ନିଷ୍ଠା ସହକାରେ ପୂଜା କରାଯାଉଛି।


କୁରାଳ ପଞ୍ଚମୀ ଉତ୍ସବ ପାଇଁ ପ୍ରତ୍ୟେକ କୁମ୍ଭକାରଙ୍କ ଘରକୁ ନୂଆ ରଙ୍ଗ କରାଯିବା ସହ ପରିବାରର ପ୍ରତ୍ୟେକ ସଦସ୍ୟ ନୂତନ ବସ୍ତ୍ର ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା। ଶନିବାର ପ୍ରତ୍ୟୁଷରୁ ଉଆ, ଚକ, ପିଟଣା, ପିଣ୍ଡ ଆଦିକୁ ପରିଷ୍କାର ଭାବେ ଧୂଆଯାଇ ସେଥିରେ ସୁନ୍ଦର ଭାବେ ଚିତା ପକାଯାଇଥିଲା। ମହିଳା ମାନେ ନୂତନ ବସ୍ତ୍ର ପରିଧାନ କରି ବ୍ରାହ୍ମଣ ପୁରୋହିତଙ୍କ ସହଯୋଗରେ ଅତ୍ୟନ୍ତ ନିଷ୍ଠାର ସହ ଧୂପ, ନୈବେଦ୍ୟ ଦେଇ ଭାଟି, ମା’ଲକ୍ଷ୍ମୀ ଠାକୁରାଣୀ, ପ୍ରଭୁ ନାରାୟଣ, ଉଆ ଓ ଚକ ଆଦିକୁ ପୂଜା କରିଥିଲେ। ମଧ୍ୟାହ୍ନରେ ବିଧି ମୁତାବକ ଖେଚୁଡି, ଡାଲମା, ଶାଗ, ଯାଉ ଓ ଖଟା ଆଦି ଭୋଗ କରାଯାଇଥିବା ବେଳେ ସଂନ୍ଧ୍ୟାରେ ମହିଳା ମାନେ ଏକତ୍ରିତ ଭାବେ ବନ୍ଦାପନା କରିଥିଲେ। ବିଶେଷ କରି ପରିବାରର ମହିଳା ସଦସ୍ୟାମାନେ ଏହି ପୂଜାକୁ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରୁଥିବା ବେଳେ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି ସହ ନିଜର ଏହି କୌଳିକ କାର୍ଯ୍ୟ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଠାକୁରଙ୍କ ନିକଟରେ ଶୁଭମନାସୀ ଥିଲେ। ୫ଦିନ ଧରି ଏହି ପର୍ବକୁ ପାଳନ କରାଯାଉଥିବା ବେଳେ ଏହି ସମୟ ମଧ୍ୟରେ କୌଣସି ମାଟିପାତ୍ର ଗଢା ଯାଇନଥାଏ ଓ ଉତ୍ସବର ଉଦ୍‍ଯାପନୀ ପରେ ନୂତନ ଭାବେ ମାଟି ସାମଗ୍ରୀ ଗଢାଯାଏ। ଏହାର ଉଦ୍‍ଯାପନୀ ଉତ୍ସବରେ ଚୁଡାଘଷା ଓ ଖିରୀ ଆଦି ଭୋଗ କରାଯାଇଥାଏ ବୋଲି ସୂଚନା ମିଳିଛି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories