www.samajalive.in
Sunday, December 14, 2025
26.1 C
Bhubaneswar

ତ୍ରୁଟି ନ ସୁଧାରିବା ଯାଏଁ ବାଙ୍ଗାଲୋର ଆପଲ୍ କାରଖାନାରେ କାମ ବନ୍ଦ

ବିଶ୍ୱର ଉନ୍ନତ ଗୁଣବତ୍ତା ସମ୍ପନ୍ନ ମୋବାଇଲ ଓ ଲାପଟପ ନିର୍ମାତା ଆପଲ୍ ଇନ୍ କହିଛି ଯେ ଏହାର କର୍ଣ୍ଣାଟକ ପ୍ଲାଣ୍ଟରେ ଭଙ୍ଗାରୁଜା ଘଟଣା ପରେ ଚୁକ୍ତିଭିତ୍ତିକ ନିର୍ମାତା ୱିଷ୍ଟ୍ରନକୁ ସାମୟିକ ପରୀକ୍ଷଣ ସ୍ଥରରେ ରଖିଛି ଏବଂ ତ୍ରୁଟି ନ ସୁଧାରିବା ଯାଏଁ ତାଇୱାନ ଫାର୍ମକୁ ନୂତନ ବ୍ୟବସାୟ ଦେବ ନାହିଁ। ଗତ ସପ୍ତାହରେ ଦକ୍ଷିଣ କର୍ଣ୍ଣାଟକର ୱିଷ୍ଟ୍ରନ୍ ପ୍ଲାଣ୍ଟରେ ହିଂସା ପରେ ଆପଲ୍ ଦ୍ୱାରା କରାଯାଇଥିବା ଅଡିଟର ପ୍ରାରମ୍ଭିକ ଅନୁସନ୍ଧାନରୁ ଯୋଗାଣକାରୀ ଆଚରଣ ବିଧିର ଉଲ୍ଲଂଘନ ହୋଇଥିବା ଜଣାପଡିଛି। ରିପୋର୍ଟରେ କୁହାଯାଇଛି ଯେ ୱିଷ୍ଟ୍ରନ୍ କାର୍ଯ୍ୟ ସମୟ ପରିଚାଳନା ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ଯାହା ଫଳରେ ଅକ୍ଟୋବର ଏବଂ ନଭେମ୍ବରରେ କିଛି କର୍ମଚାରୀଙ୍କ ପାପୟା ଦେବାରେ ବିଳମ୍ବ ହୋଇଥିଲା।

କୂପରତିନୋ-କାଲିଫର୍ନିଆ ଭିତ୍ତିକ କମ୍ପାନୀ କହିଛି ଯେ ଆପଲ୍ ୱିଷ୍ଟ୍ରନର ତ୍ରୁଟି ସଂଶୋଧନ ଅଗ୍ରଗତି ଉପରେ ନଜର ରଖିବ।
ସମସ୍ତ କର୍ମଚାରୀଙ୍କୁଙ୍କୁ ସମ୍ମାନର ସହ ବ୍ୟବହାର କରାଯିବା ଏବଂ ତୁରନ୍ତ ସମ୍ପୂର୍ଣ୍ଣ କ୍ଷତିପୂରଣ ଦିଆଯିବା ନିଶ୍ଚିତ କରିବା କାର୍ଯ୍ୟକୁ ଅଗ୍ରାଧିକାର ଦେଉଥିବା କମ୍ପାନୀ କହିଛି। ଆଜି ଏକ ବିବୃତ୍ତିରେ ୱିଷ୍ଟ୍ରୋନ୍ ସ୍ୱୀକାର କରିଛି ଯେ କର୍ଣ୍ଣାଟକର କୋଲାର ଜିଲ୍ଲାର ଏହାର ପ୍ଲାଣ୍ଟରେ କିଛି କର୍ମଚାରୀଙ୍କୁ ଠିକ୍ ଦରମା ଦିଆଯାଇ ନାହିଁ ଏବଂ ଏଥିପାଇଁ ଏହା ଆପଲ୍ ଭାରତର ତଦାରଖ କରୁଥିବା ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀଙ୍କୁ ହଟାଇ ଦେଇଛି।

- Advertisement -

ପ୍ରାପ୍ୟ ନ ପାଇବାରୁ ଚୁକ୍ତିଭିତ୍ତିକ କର୍ମଚାରୀମାନେ ଡିସେମ୍ବର ୧୨ରେ ପ୍ଲାଣ୍ଟରେ ଥିବା ଆଇଫୋନ୍ ଓ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ କରିଥିଲେ ଯାହା ଫଳରେ ତାଇୱାନର ଚୁକ୍ତିଭିତ୍ତିକ ନିର୍ମାତାଙ୍କର ଲକ୍ଷ ଲକ୍ଷ ଟଙ୍କା କ୍ଷତି ଘଟିଥିଲା ଓ ପରେ ପ୍ଲାଣ୍ଟ ବନ୍ଦ କରାଯାଇଥିଲା। ଏହି କାରଖାନା ବେଙ୍ଗାଲୁରୁ ବାହାରେ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଚଳିତ ବର୍ଷ ଆଇଫୋନ୍ ମଡେଲ୍ ତିଆରି କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ୱିଷ୍ଟ୍ରନ୍ ଏକ ବିବୃତ୍ତିରେ ଭୁଲ୍ ସ୍ୱୀକାର କରିବା ସହ ଦେୟ ପରିଚାଳନା ପ୍ରକ୍ରିୟାକୁ ମଜବୁତ ଏବଂ ନବୀକରଣ କରାଯିବା ଆବଶ୍ୟକ ବୋଲି କହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories