www.samajalive.in
Saturday, December 6, 2025
19.1 C
Bhubaneswar

‘ସ୍ପିନ୍ ଦି ଲକି ହ୍ୱିଲ୍’ ନାଁରେ ତଥ୍ୟ ଚୋରି କରୁଛି ଚାଇନା

ଭାରତ-ଚୀନ୍ ସୀମା ବିବାଦ ଏବଂ ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ପରେ ଚାଇନାର ହ୍ୟାକରମାନେ ଏବେ ହ୍ୟାକିଂ କରି ନିଜର ମନକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖବର ମୁତାବକ, ଫ୍ଲିପକାର୍ଟର ବିଗ ବିଲିୟନ ଦିନ ବିକ୍ରି ସମୟରେ ଦୁଇଟି ଚାଇନିଜ୍ ହ୍ୟାକର୍ ଗ୍ରୁପ୍ ଗୁଆଙ୍ଗଡଙ୍ଗ ଏବଂ ହେନାନ୍ ଲୋକଙ୍କ ତଥ୍ୟ ଚୋରିକିବାକୁ ଚେଷ୍ଟା କରିଛନ୍ତି। ଏହି ସୂଚନା ସାଇବର ପେସ୍ ଫାଉଣ୍ଡେସନ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି।

ରିପୋର୍ଟରେ କୁହାଯାଇଛି ଯେ, ଚାଇନାର ହ୍ୟାକରମାନେ ଭାରତୀୟ କ୍ରେତାଙ୍କୁ ହ୍ୟାକ୍ କରିବା ପାଇଁ ‘ସ୍ପିନ୍ ଦି ଲକି ହ୍ୱିଲ୍’ ସ୍କାମକୁ ସେମାନଙ୍କର ସବୁଠାରୁ ବଡ ଅସ୍ତ୍ର କରିଛନ୍ତି। ସ୍ପିନ୍ ଦି ଲକି ହ୍ୱିଲ୍ ସ୍କାମରେ ଏକ ଭାଗ୍ୟଶାଳୀ ଲକି ଡ୍ର ଅଛି । ଯେଉଁଥିରେ ଅନେକ ପ୍ରକାରର ପୁରସ୍କାର ଦିଆଯିବା ପାଇଁ ଲୋଭ ଦେଖାଯାଇଥାଏ। ଅକ୍ଟୋବରରେ ହୋଇଥିବା ଫ୍ଲିପକାର୍ଟର ବିଗ ବିଲିୟନ ବିକ୍ରି ସମୟରେ ଏହି ହ୍ୟାକିଂ ହୋଇଥିଲା।

- Advertisement -

ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ, ଚାଇନିଜ୍ ହ୍ୟାକରମାନେ ଫ୍ଲିପକାର୍ଟ ପରି ଆମାଜନ ବିଗ୍ ବିଲିୟନ ଡେ ନାମେରେ ଏକ ଲକି ଡ୍ର ମଧ୍ୟ କରିଥିଲେ। ହେଲେ ଆମାଜନ ପକ୍ଷରୁ ଏହାର ନାଁ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ରଖାଯାଇଥିଲା। ଏହି ଖେଳର , ହ୍ୟାକରମାନେ ୧୨୮ ଜିବି ଷ୍ଟୋରେଜ୍ ସହିତ ଲୋକଙ୍କୁ ଓପୋ ଏଫ-୧୭ ପ୍ରୋ ଦେବାକୁ କହି ଠକେଇ କରିଥାନ୍ତି। ଏହା ପରେ ଗୋଟିଏ ଲିଙ୍କକୁ ସେୟାର କରିବାକୁ କୁହାଯାଇଥାଏ। ଏହି ସମସ୍ତ ଲିଙ୍କ୍ ଚାଇନାର ଆସିଥିଲା ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁଯାୟୀ, ସମସ୍ତ ତଥ୍ୟ ଡୋମେନ୍ ଆଲିବାବା କ୍ଲାଉଡ୍ କମ୍ପ୍ୟୁଟିଂ ପ୍ଲାଟଫର୍ମରେ ପଞ୍ଜିକୃତ ହୋଇଛି। ’ସ୍ପିନ୍ ଦି ହ୍ୱିଲ୍’ ସ୍କାମ ହ୍ୟାକିଂର ଏକ ପୁରାତନ ପଦ୍ଧତି। ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଏପରି ପୋଷ୍ଟ ଓ ଲିଙ୍କ ଆସିଥାଏ। ଭାରତରେ ଅନଲାଇନ୍ ସପିଂ କ୍ରେଜ ରହିଥିବାକୁ ହ୍ୟାକରସମାନେ ଏହାର ଫାଇଦା ଉଠାଇଥାନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories