www.samajalive.in
Sunday, December 7, 2025
14.1 C
Bhubaneswar

ଉତ୍ତରପ୍ରଦେଶରେ କଂଗ୍ରେସ ମେଣ୍ଟ ଚୂଡ଼ାନ୍ତ

ନୂଆଦିଲ୍ଲୀ : ଆସନ୍ତା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ବିହାର, ତାମିଲନାଡ଼ୁ ଓ କେରଳ ସହିତ ଉତ୍ତରପ୍ରଦେଶରେ ଅନ୍ୟ ଦଳ ସହିତ ମେଣ୍ଟ ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ତେବେ ଉତ୍ତରପ୍ରଦେଶରେ ଅଖିଳେଶ ସିଂହ ଯାଦବଙ୍କ ସମାଜବାଦୀ ପାର୍ଟି ଓ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ସହିତ ମେଣ୍ଟ ନେଇ ଚାଲିଥିବା ଟଣାଓଟରା ଛିଣ୍ଡିଛି। ଅଜିତ ସିଂହଙ୍କ ରାଷ୍ଟ୍ରୀୟ ଲୋକଦଳ(ଆରଏଲଡି) ସହିତ ମଧ୍ୟ ମେଣ୍ଟ ହେବ ବୋଲି କଂଗ୍ରେସ ନିଷ୍ପତ୍ତି ନେଇଛି। ତେବେ ଆସନ ବଣ୍ଟାକୁଣ୍ଟା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବା ଜଣାପଡ଼ିଛି। ଅପରପକ୍ଷରେ ମଧ୍ୟପ୍ରଦେଶରେ ଏ ନେଇ କିଛିଟା ସମସ୍ୟା ରହିଛି। ମାୟାବତୀ ୨୩୦ରୁ ୫୦ଟି ବିଧାନସଭା ଆସନ ଦାବି କରୁଥିବାବେଳେ କଂଗ୍ରେସ ସର୍ବାଧିକ ୩୦ଟି ଛାଡ଼ିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଏ ନେଇ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଚାଲିଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଆରଏଲଡିକୁ ସମାଜବାଦୀ ପାର୍ଟି ଭାଗରୁ ଆସନ ମିଳିବ ବୋଲି ସୂଚନା ମିଳିଛି। ମୋଟ ୮୦ ଲୋକସଭା ଆସନ ମଧ୍ୟରୁ କଂଗ୍ରେସ ୮ରୁ ୧୦, ସମାଜବାଦୀ ପାର୍ଟି ୩୨, ଆରଏଲଡି ୩ ଓ ଅବଶିଷ୍ଟରେ ବହୁଜନ ସମାଜ ପାର୍ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆପାତତଃ ନିଷ୍ପତ୍ତି ହୋଇଛି। ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ତାମିଲନାଡ଼ୁରେ ପୁରୁଣା ସାଥୀ କରୁଣାନିଧିଙ୍କ ଡିଏମ୍‍କେ ଓ ବାମପନ୍ଥୀ ଦଳ ସହିତ କଂଗ୍ରେସ ମେଣ୍ଟ କରିବ। ସେହିପରି ବିହାରରେ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି), ମହାରାଷ୍ଟ୍ରରେ ଶରଦ ପୱାରଙ୍କ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‍ସିପି) ସହିତ ମେଣ୍ଟ ଚୂଡ଼ାନ୍ତ ହୋଇଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories