www.samajalive.in
Saturday, December 13, 2025
26.1 C
Bhubaneswar

ଶ୍ରୀଧରନ୍‍ ପିଲାଇ କେରଳ ବିଜେପି ସଭାପତି

ତିରୁଅନନ୍ତପୂରମ୍‍ : ଅପେକ୍ଷାକୃତ ଉଦାରବାଦୀ ନେତା ପି.ଏସ୍‍ ଶ୍ରୀଧରନ୍‍ ପିଲାଇଙ୍କୁ କେରଳ ବିଜେପିର ସଭାପତି ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ (ଆରଏସ୍‍ଏସ୍‍) ସହିତ ରାଜ୍ୟ ସଭାପତି ନିଯୁକ୍ତି ପ୍ରସଙ୍ଗରେ ଦୀର୍ଘ ଦୁଇ ମାସ କାଳ ଟଣାଓଟରା ଚାଲିବା ପରେ ସୋମବାର ପିଳାଇଙ୍କ ନାମ ଘୋଷଣା କରାଯାଇଛି। କେରଳ ବିଜେପି ସଭାପତି କୁମାନମ୍‍ ରାଜଶେଖରଙ୍କୁ ଗତ ମେ ମାସରେ ମିଜୋରାମର ରାଜ୍ୟପାଳ ଭାବେ ନିଯୁକ୍ତ କରାଯିବା ପରଠାରୁ ଏହି ପଦ ଖାଲି ପଡ଼ିଥିଲା। ପିଲାଇ ପୂର୍ବରୁ ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ସଭାପତି ଥିଲେ। ବିଭିନ୍ନ ଧାର୍ମିକ ଗୋଷ୍ଠୀ ସହିତ ତାଙ୍କର ସୁସମ୍ପର୍କ ରହିଛି ଓ ସେ ଜଣେ ନିର୍ବିବାଦୀୟ ନେତା ଭାବେ ପରିଚିତ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କର ସେ ଜଣେ ଅନୁଗାମୀ। ଆରଏସ୍‍ଏସ୍‍ ଜଣେ କଠୋର ହିନ୍ଦୁତ୍ୱ ଚିନ୍ତାଧାରାର ନେତାଙ୍କୁ ସଭାପତି କରିବା ପାଇଁ ଚାହୁଥିବାରୁ ସଭାପତି ପଦ ପୂରଣରେ ବିଳମ୍ବ ହୋଇଥିଲା। ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ହସ୍ତକ୍ଷେପ ପରେ ପିଳାଇଙ୍କ ନାମରେ ମୋହର ଲଗାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories