www.samajalive.in
Sunday, December 7, 2025
23.1 C
Bhubaneswar

‘ମହିଳାଙ୍କ ଜୀବନ କେବଳ ବିବାହ ଓ ସ୍ୱାମୀଙ୍କ ପାଇଁ ନୁହେଁ’

ନୂଆଦିଲ୍ଲୀ : କେବଳ ବିବାହ ଓ ସ୍ୱାମୀଙ୍କ ପାଇଁ ମହିଳା ବଞ୍ଚି ରହନ୍ତି ନାହିଁ; ସ୍ୱାମୀଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରଦର୍ଶନ ଦ୍ୱାରା ମଧ୍ୟ ସେମାନେ ବିଧିବିଧାନଗତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ନାହିଁ। ଅତଏବ ଏହାଦ୍ୱାରା ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର କ୍ଷୁଣ୍ଣ ହୁଏ। ସମାଜରେ ମହିଳାଙ୍କର ଅନ୍ୟ ବହୁ ଭୂମିକା ରହିଛି। ବେଳ ବିବାହ ଆଳରେ ଏଭଳି ପରମ୍ପରା ଚଳିପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଚାରପତି ଏ.ଏମ୍‍ ଖାନ୍‍ୱିଲକର ଓ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ତିନି ଜଣିଆ ପୀଠ ଦାଉଦୀ ବୋରା ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ମହିଳାଙ୍କ ଯୌନାଙ୍ଗ ଚ୍ଛେଦନ ସମ୍ପର୍କିତ ମାମଲାରେ ଏଭଳି ମତ ପୋଷଣ କରିଛନ୍ତି।
ମହିଳାଙ୍କ ଯୌନ କ୍ଷୁଧାକୁ ଦମନ କରିବା ଉଦେ୍ଧଶ୍ୟରେ ଉକ୍ତ ସମ୍ପ୍ରଦାୟରେ ‘ଖତ୍‍ନା’ ବା ‘ଖାଫ୍ସ’ ନାମରେ ୬/୭ ବର୍ଷର ନାବାଳିକାଙ୍କ ଯୌନାଙ୍ଗ ଚ୍ଛେଦନ ଭଳି ଅମାନବୀୟ ପରମ୍ପରା ଚାଲିଆସିଛି। ଏହା ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ ମାମଲାକୁ କେନ୍ଦ୍ର ସରକାର ସମର୍ଥନ କରିଛନ୍ତି। ଧର୍ମ ନାମରେ ପ୍ରଚଳିତ ଏଭଳି ପରମ୍ପରା ମହିଳାଙ୍କର ନିଜ ଶରୀର ଉପରେ ରହିଥିବା ଅଧିକାରକୁ ମଧ୍ୟ କ୍ଷୁଣ୍ଣ କରୁଛି ବୋଲି ଦର୍ଶାଇ ସରକାର ଏହାକୁ ନିଷେଧ କରିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ୨୭ଟି ଆଫ୍ରିକୀୟ ରାଷ୍ଟ୍ରରେ ଏହି ପରମ୍ପରା ନିଷିଦ୍ଧ ହୋଇଥିବା ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ ପୀଠକୁ ଅବଗତ କରିଛନ୍ତି। ପୂର୍ବରୁ ସିଆ ସମ୍ପ୍ରଦାୟ ଅଧୀନସ୍ଥ ଦାଉଦୀ ବୋରା ଗୋଷ୍ଠୀ ବସବାସ କରୁଥିବା ରାଜ୍ୟଗୁଡ଼ିକୁ ଏହି ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଦେଇଥିଲେ। ଏହିକ୍ରମରେ ତେଲେଙ୍ଗାନା, କେରଳ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଓ ଦିଲ୍ଲୀ ଏଥିରେ ପକ୍ଷଭୁକ୍ତ ହୋଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories