www.samajalive.in
Monday, December 8, 2025
24.1 C
Bhubaneswar

କୋଭିଡ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୨୦ ହଜାର : ଆରୋଗ୍ୟ ହାର ୯୫.୪୦ ପ୍ରତିଶତ

ନୂଆଦିଲ୍ଲୀ : ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୧ ହଜାରରୁ ଅଧିକଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୨୦ ହଜାରକୁ ଟପିଯାଇଛି। ସେହିପରି ଚିକିତ୍ସିତ ହେଉଥିବା ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୩.୧୪ % ରହିଛି। ବର୍ତ୍ତମାନ ଦେଶରେ ୩ ଲକ୍ଷ
୧୩ ହଜାର ସକ୍ରିୟ ଲୋକ ଚିକିତ୍ସିତ ହୋଉଛନ୍ତି।
ଅନ୍ୟପକ୍ଷରେ  ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୨ ହଜାର ୮୮୯ ଜଣ ନୂଆ ଲୋକ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିଛି। ଫଳରେ ଦେଶରେ ମୋଟ୍‍ ସଂକ୍ରମଣ ୯୯ ଲକ୍ଷ ରହିଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ମଧ୍ୟ ୧.୪୫ % ଥିବାର ରିପୋର୍ଟ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩୮ ଜଣଙ୍କ ମୃତ୍ୟୁ ପରେ ଦେଶରେ କୋଭିଡ୍‍ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୪
ହଜାର ୭୮୯ରେ ପହଞ୍ଚିଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଉଛି। ଆଇସିଏମ୍‍ଆର୍‍ କହିଛି, ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଲକ୍ଷ ୧୩ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୧୫ କୋଟି ୮୯ ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories