www.samajalive.in
Saturday, December 13, 2025
26.1 C
Bhubaneswar

ଖରିଫ୍ ଧାନ ବିକ୍ରୟ ଲାଗି ସଚେତନତା ରଥ ବୁଲିଲା

ଆଠଗଡ : ଚଳିତ ଖରିଫ୍ ଋତୁରେ କୃଷକମାନେ ମଣ୍ଡିରେ ସେମାନଙ୍କର ବଳକା ଧାନ ବିକ୍ରୟ କରିବା ଲାଗି ବିଜୁ ଜନତା ଦଳ ପକ୍ଷରୁ ଏକ ସଚେତନତା ରଥର ଗୁରୁବାର ଶୁଭାରମ୍ଭ କରାଯାଇଛି। ଚଳିତମାସ ୨୩ତାରିଖରୁ ଜିଲ୍ଲା ତଥା ଆଠଗଡ ଉପଖଣ୍ଡରେ ଖରିଫ୍ ଧାନ ମଣ୍ଡି ଜରିଆରେ ଚାଷୀମାନଙ୍କ ଠାରୁ କ୍ରୟ କରାଯିବ ବୋଲି ରାଜ୍ୟ ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ଦିଗରେ ଆଠଗଡ ବ୍ଲକ ଅଞ୍ଚଳର କୃଷକମାନଙ୍କୁ ସଚେତନ କରିବା ଲାଗି ବିଜୁ ଜନତା ଦଳ ଓ ବିଜୁ କୃଷକ ଜନତା ଦଳ ପକ୍ଷରୁ ପ୍ରତି ପଞ୍ଚାୟତ ଅଧିନସ୍ଥ ସମସ୍ତ ଗ୍ରାମ ଏହି ସଚେତନତା ରଥ ବୁଲିବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ସୂର୍ଯ୍ୟଭବନ ଠାରେ ବ୍ଲକ ବିଜେଡି ସଭାପତି ରବିନ୍ଦ୍ରନାଥ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଡାକବାଜି ଯନ୍ତ୍ର ଲାଗିଥିବା ଦୁଇଟି ସୁସଜ୍ଜିତ ଦୁଇଚକିଆ ଯାନ ସଚେତନତା ରଥ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ କୃଷକ ବିଜେଡି ସଭାପତି ସୁବାସ ପାଳ ଓ ଆଠଗଡ ଏନଏସି ସଭାପତି ଶିଶିର ପ୍ରସାଦ ମାନସିଂହ ଯୋଗଦେଇଥିଲେ। ଚାଷୀମାନେ ଯେମିତି ଦଲାଲ ବା ତୃତୀୟ ପକ୍ଷଙ୍କ ଦ୍ୱାରା ଠକାମୀର ଶିକାର ନହୁଅନ୍ତି କିମ୍ବା ନିଜ ବଳକା ଧାନକୁ ଅଭାବି ବିକ୍ରି ନକରିବେ ସେ ଦିଗରେ ଏହି ରଥ ସେମାନଙ୍କୁ ସଚେତନ କରିବ ବୋଲି ଅତିଥିମାନେ ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କୃଷକ ଯୋଗଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories