www.samajalive.in
Sunday, December 7, 2025
26.1 C
Bhubaneswar

ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଜନଜାତିଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗବେଷଣା

ନବରଙ୍ଗପୁର : ଜୀବ ବିଜ୍ଞାନ ସଂସ୍ଥାନ ଭୁବନେଶ୍ୱର ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ରହିଥିବା ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ପୋଷଣ  ଗବେଷଣା ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ଜିଲ୍ଲାର ଗଣ୍ଡ,ପ୍ରଜା, ଭତ୍ରା,କନ୍ଧ ଓ  ସଉରା ଜନଜାତିଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଏବଂ ରୋଗ ପ୍ରତିରୋଧ କ୍ଷମତା ସମ୍ବନ୍ଧରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର, ଝରିଗାଁ ଓ ପାପଡାହାଣ୍ଡି ବ୍ଲକ ରେ ୩୫୦ ଜଣଙ୍କର ରକ୍ତ  ଓ ଝାଡ଼ା ନମୁନା ସଂଗ୍ରହ କରାଯାଇଛି । ଏହି ଗବେଷଣା ଦ୍ବାରା ଜନଜାତି ସମ୍ପ୍ରଦାୟର ସ୍ବାସ୍ଥ୍ୟ, ରୋଗ ପ୍ରତିରୋଧ କ୍ଷମତା ଏବଂ ପେଷଣ ସମ୍ବନ୍ଧରେ ବିଶେଷ ଜ୍ଞାନ ମିଳିପାରିବା ସହ ସ୍ବାସ୍ଥ୍ୟଗତ ସମସ୍ୟା ସମାଧାନ କରିବାରେ ସହାୟକ ହୋଇ ପାରିବ ବୋଲି ଜୀବ ବିଜ୍ଞାନ ସଂସ୍ଥାନର ନିର୍ଦ୍ଦେଶକ ଡ଼ଃ ଅଜୟ ପରିଡ଼ା ମତବ୍ୟକ୍ତ କରିଛନ୍ତି । ଡ଼ଃ ପରିଡ଼ା ଓଡ଼ିଶା ରେ ୬୨ ଟି ଜନଜାତିଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଗବେଷଣା ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଆରମ୍ଭ ହୋଇଛି । ଏହି ଗବେଷଣା ଦ୍ବାରା ଜନଜାତିଙ୍କ ମଧ୍ୟରେ ରହିଥିବା କୁପୋଷଣ ସମ୍ବନ୍ଧରେ ରିପୋର୍ଟ  ମିଳିପାରିବ। ଏହାଛଡା ଜାପାନୀ ଜ୍ୱର, ଚିକୁନଗୁନିଆ, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ଜନଜାତିଙ୍କ ମଧ୍ୟରେ ରୋଗ ପ୍ରତିରୋଧ କ୍ଷମତା ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ସହ ବଂଶାନୁକ୍ରମିକ ରୋଗ ସମ୍ବନ୍ଧରେ ତଥ୍ୟ ମିଳିପାରିବ ବୋଲି ଜୀବ ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶକ କହିଛନ୍ତି । ଦୁଇ ଦିନ ମଧ୍ୟରେ ସଂଗ୍ରହ ହୋଇଥିବା ନମୁନା ସମ୍ବନ୍ଧରେ ନିର୍ଦ୍ଦେଶକ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ରଙ୍କୁ ଅବଗତ କରିବା ସହ ଏହି ଗବେଷଣା ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ଏହି ଗବେଷଣା ନବରଙ୍ଗପୁର ଜିଲ୍ଲାରେ ରହିଥିବା ସ୍ବାସ୍ଥ୍ୟ ଜନିତ ସମସ୍ୟା ଆସନ୍ତା ଦିନରେ ସମାଧାନ ହୋଇ ପାରିବ ବୋଲି ସାକ୍ଷାତ ସମୟରେ କହିଥିଲେ । ଏହି ଗବେଷଣା ରେ ଜୀବ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକ ଡଃ ରାଜୀବ ସ୍ବାଇଁ, ଡ଼ଃ ସୁନୀଲ ରାଘବ, ଡ଼ଃ ପୁନିତ ପ୍ରସାଦ, ଡ଼ଃ ଶାନ୍ତି ସେନାପତି, ଡ଼ଃ ରୂପେଶ ଦାସ ଓ ଗୁଲାମ ସହିଦ ଭାଗ ନେଇଥିବା ବେଳେ ଟେକ୍ନିକାଲ ଅଧିକାରୀ ଅମିତାଭ ରାଉତରାୟ ସହ ଜୀବ ବିଜ୍ଞାନ ସଂସ୍ଥାନର ୨୦ଜଣ କର୍ମଚାରୀ ଭାଗ ନେଇଥିଲେ ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories