www.samajalive.in
Saturday, December 13, 2025
26.1 C
Bhubaneswar

ବଢ଼ୁଛି ମମତାଙ୍କ ଲାଗି ଅଡ଼ୁଆ: ଦଳରୁ ଇସ୍ତଫା ଦେଲେ ଆସାନସୋଲର ଟାଣୁଆ ନେତା , ୧୯ରେ ବିଜେପିରେ ଯୋଗ ଦେବା ସମ୍ଭାବନା

କୋଲକାତା: ଆସନ୍ତା ବର୍ଷ ଏପ୍ରିଲ ମାସରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରେ ଆସାନସୋଲ ମ୍ୟୁନିସିପାଲ କର୍ପୋରେସନ ଅଧ୍ୟକ୍ଷ ଜିତେନ୍ଦ୍ର ତିୱାରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ସେ ଦଳରୁ ମଧ୍ୟ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଆସନ୍ତା ୧୯ ତାରିଖରେ ସେ ବିଜେପିରେ ଯୋଗ ଦେବାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ ଜିତେନ୍ଦ୍ର ତିୱାରୀ ଓ ପୂର୍ବତନ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ମେଦିନପୁରରେ ଏକ ସମାବେଶରେ ଯୋଗ ଦେବେ । ଦିନକ ତଳେ ଜିତେନ୍ଦ୍ର କେନ୍ଦ୍ର ଅନୁଦାନକୁ ନେଇ ରାଜ୍ୟ ସରକାର ରାଜନୀତି କରୁଥିବା ଅଭିଯୋଗ କରିାବ ସହ ରା୍ୟ ସରକାର  ଆସାନସୋଲ ମ୍ୟୁନିସିପାଲ କର୍ପୋରେସନକୁ ରାଜନୀତି କାରଣରୁ କେନ୍ଦ୍ରରୁ ପାଣ୍ଠି ବ୍ୟବହାର କରିବାକୁ ଅନୁମତି ଦେଉନାହାଁନ୍ତି।

- Advertisement -

ଦୁଇଦିନ ତଳେ ଶ୍ରୀ ତିୱାରୀ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ମଧ୍ୟ ଅନୁରୂପ ଅଭିଯୋଗ କରିଥିଲେ । ସେ ଲେଖିଥିବା ଚିଠିରେ ରାଜନୈତିକ କାରଣ ଯୋଗୁଁ ରାଜ୍ୟ ସରକାର ଆସାନସୋଲ ମ୍ୟୁନିସପାଲ କର୍ପୋରେସନକୁ ୨୦୦୦ କୋଟି ଟଙ୍କା ପାଣ୍ଠି ବ୍ୟବହାର ଅନୁମତି ଦେଉ ନ ଥିବା ଉଲ୍ଲେଖ କରିଥିଲେ । ସ୍ମାର୍ଟ ସିଟି ପ୍ରୋଜେକ୍ଟରେ ଏହି ଅର୍ଥ ଅନୁଦାନ ମିଳିଥିଲା । ସେ ପୂର୍ବରୁ ଏ ବାବଦରେ ୫ଥର ଚିଠି ଲେଖିଥିଲେ ହେଁ ତାହାକୁ ଗୁରୁତ୍ବ ଦିଆଯାଇ ନ ଥିବାରୁ ସେ ଦଳ ଓ ପଦ ଛାଡ଼ୁଛନ୍ତି ବୋଲି ଆଜି କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories