www.samajalive.in
Wednesday, December 10, 2025
14.1 C
Bhubaneswar

୪୭୦୦୦ସ୍ତରର ନିକଟବର୍ତୀ ସେନସେକ୍ସ; ଗୁରୁବାର ହାସଲ କଲା ସର୍ବକାଳୀନ ରେକର୍ଡ଼

ମୁମ୍ବାଇ: ଗୁରୁବାର ସେନସେକ୍ସ ସର୍ବକାଳୀନ ରେକର୍ଡ଼ସ୍ତର ଛୁଇଁଛି । ପ୍ରଥମଥର ପାଇଁ ସେନସେକ୍ସ ୪୭୦୦୦ ପଏଣ୍ଟର ନିକଟତର ହୋଇଛି ।  ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ସକାଳେ  ୪୬୭୭୭ ଖୋଲିବା ପରେ ଆଜି ରେକର୍ଡ଼ ୪୬୮୨୫.୭୪ସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ନେସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୧ ପଏଣ୍ଟ ବୃଦ୍ଧି ପାଇ ୧୩୭୧୩.୫୫ ପଏଣ୍ଟରେ ବନ୍ଦ ହୋଇଛି । ବର୍ତମାନପର୍ଯ୍ୟନ୍ତ ଉଭୟ ସେନସେକ୍ସ ଓ ନିଫ୍ଟି ଶୀର୍ଷସ୍ତର ହାସଲ କରିଛି । ଆରମ୍ଭରେ ସେନସେକ୍ସ ୯୧୦ ପଏଣ୍ଟ ବୃଦ୍ଧି ପାଇଥିଲେ ହେଁ ଶେଷରେ ଏହା ୩୯୦ ପଏଣ୍ଟ ହ୍ରାସ ପାଇଥିଲା ।

ନିଫ୍ଟିରେ ଶ୍ରୀ ସିମେଣ୍ଟ, ଅଲଟ୍ରାଟେକ୍ ସିମେଣ୍ଟ, ଏଚଡ଼ିଏଫସି ବ୍ୟାଙ୍କ, ଡ଼ା.ରେଡ଼୍ଡ଼ୀ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଟାଇଟନ୍ , ରିଲାଏନ୍ସ, ଏନଟିପିସି, ନେସଲେ, ପାୱାରଗ୍ରୀଡ଼, ଏସିଆନ ପେଣ୍ଟ୍ସ ଆଦି ସକାରାତ୍ମକ ଫଳାଫଳ ପ୍ରକାଶ କରିଛି । ଅନ୍ୟପକ୍ଷରେ ଟାଟାଷ୍ଟିଲ, ଏକ୍ସିସ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ମାରୁତି ସୁଜୁକି, ବଜାଜ ଅଟୋ, ହିନ୍ଦୁସ୍ତାନ ଲିଭର ଆଦି କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories