www.samajalive.in
Saturday, December 13, 2025
26.1 C
Bhubaneswar

ଚିଦମ୍ବରମ୍‍ଙ୍କ ପରିବାରର ପାଇଁ ସମସ୍ୟା ବଢ଼ିଲା

ଚେନ୍ନଇ : ଚେନ୍ନଇର ଏକ ମାଜିଷ୍ଟ୍ରେଟ୍‍ ସ୍ତରୀୟ ଅଦାଲତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦମ୍ବରମ୍‍ଙ୍କ ପରିବାରର ସଦସ୍ୟମାନଙ୍କୁ ଏକ କଳାଧନ ମାମଲାରେ ଆସନ୍ତା ମାସ ୨୦ ତାରିଖରେ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଚିଦାମ୍ବରମ୍‍ଙ୍କ ପତ୍ନୀ ନଳିନୀ, ପୁତ୍ର କାର୍ତ୍ତି ଓ ପୁତ୍ରବଧୂ ଶ୍ରୀନିଧିଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସେମାନେ କୋର୍ଟରେ ହାଜର ହେବାରେ ବିଫଳ ହୋଇଥିବାରୁ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ଆୟକର ବିଭାଗର କହିବା ଅନୁସାରେ କାର୍ତ୍ତି ବ୍ରିଟେନ୍‍ରେ ଥିବା ତାଙ୍କର ବ୍ୟାଙ୍କ୍‍ ଜମାଖାତା ଓ ଆମେରିକାରେ କରିଥିବା ପୁଞ୍ଜିନିବେଶ ବିଷୟରେ ଜଣାଇ ନାହାନ୍ତି। ଆୟକର ବିଭାଗ କହିଛି, ତାଙ୍କ ମାଲିକାନାରେ ଥିବା ଚେସ୍‍ ଗ୍ଲୋବାଲ୍‍ ଆଡ୍‍ଭାଇଜରୀ କମ୍ପାନୀର ପୁଞ୍ଜିନିବେଶ ବିଷୟରେ ମଧ୍ୟ କାର୍ତ୍ତି କୌଣସି ତଥ୍ୟ ଦେଇନାହାନ୍ତି, ଯାହା କଳାଧନ ନିବାରଣ ଆଇନ ଅନୁସାରେ ଏକ ଅପରାଧ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories