www.samajalive.in
Friday, December 5, 2025
23.1 C
Bhubaneswar

ଚନ୍ଦ୍ରଗିରି କାନାଡା ବ୍ୟାଙ୍କ ଏଟିଏମରୁ ଲୁଟ ଉଦ୍ୟମ ବିଫଳ

ଚାନ୍ଦିପୁଟ : ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟବଜାରରେ ଥିବା କାନାଡା ବ୍ୟାଙ୍କ ଏଟିଏମରୁ ରବିବାର ରାତିରେ ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି। ସୋମବାର ସକାଳେ ଏହି ଏଟିଏମରୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ଟଙ୍କା ଉଠାଇବାକୁ ଯାଇଥିବା ସମୟରେ ଏଟିଏମ୍‍ ମେସିନ ପାଖରେ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଖବର ପାଇ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚିିବା ପରେ ଏଟିଏମର କବାଟକୁ ଗ୍ୟାସ କଟର ଦ୍ୱାରା କାଟିଯାଇଥିବା ଜଣାପଡିଥିଲା। ଏହା ପରେ ଏଟିଏମ ମେସିନ ତଦାରଖ ଦାୟିତ୍ୱରେ ଥିବା ଏମ୍ଫସିଏସ ସଂସ୍ଥାର କର୍ମଚାରୀ ଓ ସ୍ଥାନୀୟ କାନାଡା ବ୍ୟାଙ୍କର ଶାଖା ପରିଚାଳକ କୃଷ୍ଣ ଚନ୍ଦ୍ର ରାଉତ ପହଞ୍ଚିବା ପରେ ସମସ୍ତେ ମିଳିତଭାବେ ଯାଞ୍ଜ କରିଥିଲେ। ଯାଞ୍ଚପରେ ଜଣାପଡିଥିଲା ଯେ କୌଣସି ଟଙ୍କା ଚୋରି ହୋଇନାହିଁ।
ପୁଲିସ ତଦନ୍ତରୁ ଜଣାପଡିଛି ଯେ ଦୁର୍ବୁତ୍ତମାନେ ଚୋରି କରିବା ଉଦ୍ୟମରେ ପ୍ରଥମେ ଏଟିଏମ ଗୃହରେ ଲାଗିଥିବା ସିସିଟିଭି କ୍ୟାମେରାକୁ କଳା ରଙ୍ଗର ସ୍ପ୍ରେ କରିବା ପରେ ଗ୍ୟାସ କଟର ସାହାଯ୍ୟରେ ଲାଗିଥିବା ସୁରକ୍ଷା କବାଟକୁ କାଟିଥିଲେ। କିନ୍ତୁ ଚୋରି କରିବାରେ ବିଫଳ ହୋଇ ଚାଲିଯାଇଥିଲେ। ତେବେ ମେସିନ ଉପରୁ ଏକ କଳା ଚଷମା ଏବଂ ମିସିନ ପଛପଟୁ ଦୁଇଟି ହ୍ୟାଣ୍ଡ ଗ୍ଲୋବସକୁ ପୁଲିସ ଜବତ କରିଛି। ତେବେ ଏହି ଘଟଣାରେ ସିସି ଟିଭିର ଫୁଟେଜ ଏବଂ ମିଳିଥିବା ଜିନଷକୁ ଆଧାର କରି ଅଭିଯୁକ୍ତକୁ ଧରାଯିବ ବୋଲି ପୁଲିସ ତରଫରୁ ସୁଚନା ଦଆଯାଇଛି। ଏଟିଏମ କାଉଣ୍ଟରରେ ସୁରକ୍ଷା କର୍ମୀ ନିୟୋଜିତ ନଥିବାରୁ ଏଭଳି ସ୍ଥିତି ହୋଇଥିବା ଫାଣ୍ଡିଅଧିକାରୀ କହିଛନ୍ତି। ପୁର୍ବରୁ ଏହି ଅଞ୍ଚଳରେ ବାରମ୍ବାର ବିଭିନ୍ନ ଦୋକାନରୁ ଚୋରି ହୋଇଥିବା ବେଳେ କିଛି ଦିନ ପରେ ଚୋରମାନେ ପୁଣି ସକ୍ରିୟ ହୋଇଥିବା ଜଣାପଡିଛି।

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories