www.samajalive.in
Friday, December 5, 2025
23.1 C
Bhubaneswar

ଦ୍ୱିତୀୟ ରାଉଣ୍ଡରେ ପ୍ରଣୟ ଓ ସମୀର

ନାନ୍‍ଜିଙ୍ଗ୍‍ (ଚୀନ) : ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ର ପ୍ରଥମ ଦିନରେ କେବଳ ମହିଳା ଡବଲ୍‍ସର ଗୋଟିଏ ମ୍ୟାଚକୁ ବାଦଦେଲେ ଅନ୍ୟ ଇଭେଣ୍ଟରେ ଭାରତୀୟ ପ୍ରତିଯୋଗୀଙ୍କୁ ସଫଳତା ମିଳିଛି। ପୁରୁଷ ସିଙ୍ଗଲ୍‍ସ ପ୍ରଥମ ରାଉଣ୍ଡରେ ୧୧ଶ ସିଡ୍‍ ଏଚ.ଏସ.ପ୍ରଣୟ ୨୧-୧୨, ୨୧-୧୧ ଗେମରେ ନ୍ୟୁଜିଲାଣ୍ଡର ଅଭିନବ ମାନୋଟାଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୨୮ ମିନିଟ ମଧ୍ୟରେ ଶେଷ ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ପ୍ରଣୟ ବ୍ରାଜିଲର ୟୋଗର କୋଏଲହୋଙ୍କୁ ଭେଟିବେ। ପୁରୁଷ ସିଙ୍ଗଲ୍‍ସର ଅନ୍ୟ ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ସମୀର ବର୍ମା ୨୧-୧୩, ୨୧-୧୦ ଗେମରେ ଫ୍ରାନ୍‍ସର ଲୁକାସ କୋର୍ଭିଙ୍କୁ ପରାସ୍ତ କରିଛନ୍ତି।
ମିକ୍ସଡ ଡବଲ୍‍ସରେ ତିନି ଭାରତୀୟ ଯୋଡିଙ୍କୁ ସଫଳତା ମିଳିଛି। ଏହି ଇଭେଣ୍ଟର ଏକ ପ୍ରଥମ ରାଉଣ୍ଡ ମ୍ୟାଚରେ ସମୀର ବର୍ମା ଓ ଅନୁଷ୍କାର ପାରିଖ୍‍ ଯୋଡି ୨୧-୧୩, ୨୧-୧୨ ଗେମରେ ନାଇଜେରୀୟ ଯୋଡି ଜୋସେଫ୍‍ ଏନ୍‍ଜୋ ଆଭା ଓ ପିସ୍‍ ଓର୍ଗିଙ୍କୁ ପରାସ୍ତ କରିଥିବାବେଳେ ପ୍ରଣବ ଚୋପ୍ରା ଓ ସିକ୍କି ରେଡ୍ଡି ୨୧-୧୭, ୨୧-୧୫ ଗେମରେ ଚେକ୍‍ ରିପବ୍ଲିକ୍‍ ଯୋଡି ଜ୍ୟାକବ ବିଟ୍‍ମ୍ୟାନ ଓ ଆଲଜ୍‍ବେଟା ବାସୋଭାଙ୍କୁ, ସ୍ୱସ୍ତିକସାଇରାଜ ରାଙ୍କିରେଡ୍ଡି ଓ ଅଶ୍ୱିନୀ ପୋନାପ୍ପା ୨୧-୯, ୨୨-୨୦ ଗେମରେ ଡେନମାର୍କ ଯୋଡି ନିକ୍‍ଲାସ ନୋର୍‍ ଓ ସାରା ଥିଗିସେନଙ୍କୁ ଓ କୁହୁ ଗର୍ଗ ଓ ରୋହନ କପୁର ୨୧-୧୯, ୨୧-୬ ଗେମରେ କାନାଡା ଯୋଡି ଟୋବି ଏନ୍‍ଜି ଓ ରାଚେଲ ହୋଣ୍ଡେରିକ୍‍ଙ୍କୁ ହରାଇଛନ୍ତି। ପୁରୁଷ ଡବଲ୍‍ସ ପ୍ରଥମ ରାଉଣ୍ଡରେ ମନୁ ଅତ୍ରି ଓ ସୁମିତ ରେଡ୍ଡି ୨୧-୧୩, ୨୧-୧୮ ଗେମରେ ବୁଲଗେରିଆର ଡାନିଏଲ ନିକୋଲଭ୍‍ ଓ ଇଭାନ ରୁସେଭ୍‍ଙ୍କୁ ପରାସ୍ତ କରିଛନ୍ତି। ତେବେ ମହିଳା ଡବଲ୍‍ସ ପ୍ରଥମ ରାଉଣ୍ଡରେ ତୁର୍କୀର ବେଙ୍ଗିସୁ ଏର୍ସିଟିନ୍‍ ଓ ନାଜ୍‍ଲିକାନ୍‍ ଇନ୍‍ସି ୨୨-୨୦, ୨୧-୧୪ ଗେମରେ ଭାରତୀୟ ଯୋଡି ସଂଯୋଗିତା ଘୋରପଡେ ଓ ପ୍ରଯକ୍ତା ସାୱନ୍ତଙ୍କୁ ପରାସ୍ତ କରିଛନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories