www.samajalive.in
Saturday, December 13, 2025
26.1 C
Bhubaneswar

ବିକାଶ ହେବ କନ୍ଧମାଳ ଓ ବୌଦ୍ଧ ଜିଲାର ପର୍ଯ୍ୟଟନ, ସହାୟତା ଯୋଗାଇଦେବ କେନ୍ଦ୍ର ପର୍ଯ୍ୟଟନ ବିଭାଗ

ଭୁବନେଶ୍ବର: କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ ସହିତ କନ୍ଧମାଳ ଓ ବୌଦ୍ଧ ଜିଲାରେ ପର୍ଯ୍ୟଟନର ବିକାଶ ନେଇ କନ୍ଧମାଳ ସାଂସଦ ସାମନ୍ତ ଦୀର୍ଘ ସମୟ ଆଲୋଚନା କରିଥିଲେ। ଆଲୋଚନା ସମୟରେ ସାଂସଦ ଶ୍ରୀ ସାମନ୍ତ କନ୍ଧମାଳର ଦାରିଙ୍ଗିବାଡ଼ିକୁ ଓଡ଼ିଶାର କଶ୍ମୀର କୁହାଯାଏ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରିଥିଲେ। କନ୍ଧମାଳ ଓ ବୌଦ୍ଧ ଜିଲାରେ ଅନେକ ସୁନ୍ଦର ପର୍ଯ୍ୟଟନସ୍ଥଳୀ ରହିଥିବା ସେ ମନ୍ତ୍ରୀଙ୍କୁ ଜଣାଇଥିଲେ। ବୌଦ୍ଧ ଓ କନ୍ଧମାଳ ଜିଲାରେ ଏତେ ସବୁ ପର୍ଯ୍ୟଟନସ୍ଥଳୀ ଥିବା ଶୁଣି କେନ୍ଦ୍ରମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲାରେ ପର୍ଯ୍ୟଟନର ବିକାଶ ଲାଗି କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ୍‍ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ଓଡ଼ିଶା ଉପକୂଳ ପର୍ଯ୍ୟଟନର ବିକାଶ ପ୍ରତି ଦୃଷ୍ଟି ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଆଲୋଚନା ସମୟରେ ପ୍ରକାଶ କରିଥିଲେ। ଏହା ବ୍ୟତୀତ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରକାଶ ପାଉଥିବା ପର୍ଯ୍ୟଟନ ସୂଚନା ପୁସ୍ତିକାଗୁଡ଼ିକ ଆଞ୍ଚଳିକ ଭାଷାରେ ପ୍ରକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିରେ ଓଡ଼ିଆ ଭାଷାକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories