www.samajalive.in
Saturday, December 6, 2025
26.1 C
Bhubaneswar

ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀଙ୍କ ପତ୍ର

ଭୁବନେଶ୍ବର : ରାଜ୍ୟର ଇପିଏଫ ପେନସନଧାରୀଙ୍କ ପେନସନ୍‍ ରାଶି ବୃଦ୍ଧି ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶ୍ରମ  ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ପତ୍ର ଲେଖିଛନ୍ତି।
ରାଜ୍ୟରେ ପ୍ରାୟ ୧ ଲକ୍ଷ ୬୨ ହଜାର ଇପିଏଫ ପେନ୍‍ସନଧାରୀ ଅଛନ୍ତି। ଅବସର ପରେ ସୀମିତ ଅର୍ଥ ଯୋଗୁଁ ସେମାନେ କଠିନ ପରିସ୍ଥିତିର ସାମ୍ନା କରୁଛନ୍ତି। ତେଣୁ ସେମାନଙ୍କ ଆବେଦନ ପ୍ରତି ସମ୍ବେଦନଶୀଳ ହୋଇ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଏହି ମର୍ମରେ ରାଜ୍ୟସଭା ସଦସ୍ୟ ଭଗତ ସିଂହ କୋଶିୟାରୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟି ୨୦୧୩ରେ ଇପିଏସ-୯୫ ପେନସନଧାରୀଙ୍କର ମାସିକ ପେନସନ୍‍ ରାଶି ବୃଦ୍ଧି ଲାଗି ସୁପାରିଶ କରିଥିଲେ। ଯାହାକି ଏପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କର ବିଚାରାଧୀନ ରହିଛି।

- Advertisement -

ଯୁବ ଅବସ୍ଥାରେ ସେମାନେ ଦେଶ ନିର୍ମାଣରେ ଭାଗିଦାର ହୋଇଥିବାରୁ ସମ୍ବେଦନଶୀଳ ହୋଇ ଏହାକୁ ବିଚାର କରିବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଅବସର ପରେ ସେମାନଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପେନସନ ଢାଞ୍ଚାରେ ସଂଶୋଧନ କରି ପେନସନ୍‍ ରାଶି ବୃଦ୍ଧି ଲାଗି ଅନୁରୋଧ କରିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories