www.samajalive.in
Saturday, December 13, 2025
14.1 C
Bhubaneswar

ଧର୍ମେନ୍ଦ୍ର ନୁହନ୍ତି, ମୋଦୀ ଭାଙ୍ଗିଥିଲେ କମଲନାଥ ସରକାର; କହୁ କହୁ କହିଦେଲେ କୈଳାସ

ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାର ଭାଙ୍ଗିବା ପଛରେ ବିଜେପିର ହାତ ରହିଛି ବୋଲି କଂଗ୍ରେସ ସର୍ବଦା ଅଭିଯୋଗ କରିଆସୁଥିଲା। ଏବେ କହୁ କହୁ ସତ କହି ଦେଇଛନ୍ତି ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କମଲନାଥ ସରକାର ଭାଙ୍ଗିଥିଲେ ବୋଲି କୈଳାସ ମଧ୍ୟପ୍ରଦେଶରେ ଏକ ଚାଷୀ ସମ୍ମିଳନୀରେ କହିଛନ୍ତି।

ବିଜେପି ପକ୍ଷରୁ ଆୟୋଜିତ ଏହି କୃଷକ ସମ୍ମିଳନୀରେ ବିଜୟବର୍ଗୀୟ ଚାଷୀମାନଙ୍କୁ ସମ୍ବୋଧିତ କରି କହିଥିଲେ, କମଲନାଥ ସରକାର ଭାଙ୍ଗିବାରେ ଯଦି କେହି ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି, ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଧର୍ମେନ୍ଦ୍ର ପ୍ରଧାନ ନୁହନ୍ତି। ଏହା ପରେ ସେ କହିଥିଲେ, ଆପଣମାନେ ଏହା କାହାକୁ କହିବେ ନାହିଁ। ମୁଁ ଆଜି ପର୍ଯ୍ୟନ୍ତ କାହାକୁ ଏ ବିଷୟରେ କହିନାହିଁ। ପ୍ରଥମ ଥର ଲାଗି ଏଠାରେ ଏକଥା କହୁଛି।

- Advertisement -


ଯେଉଁ ସମ୍ମିଳନୀରେ ବିଜୟବର୍ଗୀୟ ଏକଥା କହିଥିଲେ ସେହି ମଞ୍ଚରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଉପସ୍ଥିତ ଥିଲେ। ଏହା ପୂର୍ବରୁ ଜୁନ୍‌ରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କହିଥିଲେ ଯେ, ବିଜେପିର କେନ୍ଦ୍ରୀୟ ନେତୃତ୍ଵ କଂଗ୍ରେସ ସରକାର ଭାଙ୍ଗିବା କାର୍ଯ୍ୟ କରିଥିଲେ।

ବିଜୟବର୍ଗୀୟଙ୍କ ଏହି ଖୁଲାସା ପରେ କଂଗ୍ରେସ ପକ୍ଷରୁ ତାଙ୍କ ଭାଷଣର ଭିଡିଓକୁ ଟ୍ବିଟ୍‌ କରି ବିଜେପି ବିରୋଧରେ ସରକାର ଭାଙ୍ଗିବା ଅଭିଯୋଗ ଅଣାଯାଇଛି। କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଟ୍ବିଟ୍‌ରେ ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ପକ୍ଷରୁ ଚୟନ କରାଯାଇଥିବା ସାମ୍ବିଧାନିକ ସରକାରକୁ ଅସାମ୍ବିଧାନିକ ତରିକାରେ ଭାଙ୍ଗନ୍ତି। ଏହା ଖୋଦ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ କହୁଛନ୍ତି। ମଧ୍ୟପ୍ରଦେଶର କମଲନାଥ ସରକାରକୁ ଭାଙ୍ଗିବାରେ ମୋଦୀ ହିଁ ପ୍ରମୁଖ ଭୂମିକା ନିଭାଇଥିଲେ।

Hot this week

ସରକାରଙ୍କ ଉପଲବ୍ଧିର ପ୍ରଚାର କରିବ ବିଜେପି ଯୁବ ମୋର୍ଚ୍ଚା: ଅଭିଳାଷ

ଖୁବ୍‌ଶୀଘ୍ର ୩୭ ଜିଲାରେ ସଭାପତି ଭୁବନେଶ୍ବର : ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି...

କଂଗ୍ରେସର ଆଭ୍ୟନ୍ତରୀଣ ରାଜନୀତି ସରଗରମ

ଏବେ କିଛି କହୁନାହିଁ, ସମୟ କହିବ: ଭକ୍ତ ଦିଲ୍ଲୀରେ ସମାଧାନ...

ଶୀତରେ ରୁମ୍‌ ହିଟର ଲଗାଉଛନ୍ତି କି? ପିଲାଙ୍କ କେତେ ସୁରକ୍ଷିତ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ, କୋଠରୀକୁ ଉଷ୍ମ ରଖିବା ପାଇଁ...

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

Related Articles

Popular Categories